spot_img

ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ , ୨ ଯବାନ ସହିଦ

ଶ୍ରୀନଗର: ଆଜି ଅପରାହ୍ଣ ପ୍ରାୟ ୧୨:୫୦ରେ ଦକ୍ଷିଣ କଶ୍ମୀରର ପାମ୍ପୋର ଅନ୍ତର୍ଗତ କାନ୍ଦିଜାଲ ସେତୁ ନିକଟରେ ଏକ ପାଟ୍ରୋଲିଙ୍ଗ୍ ପାର୍ଟିକୁ ଆତଙ୍କବାଦୀମାନେ ଆକ୍ରମଣ କରିବାରୁ ୨ଜଣ ସିଆରପିଏଫ ଯବାନ ସହିଦ ହୋଇଛନ୍ତି ଏବଂ ଅନ୍ୟ ୩ ଜଣ ଆହତ ହୋଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ସିଆରପିଏଫ ୧୧୦ ବାଟାଲିୟାନର ଏହି ଯବାନମାନେ ଜମ୍ମୁ ଓ କଶ୍ମୀର ପୁଲିସଙ୍କ ସହ ମିଶି ପୁଲୱାମା ଜିଲ୍ଲର ପାମ୍ପୋରରେ ଥିବା କାନ୍ଦିଜାଲ ସେତୁ ନିକଟରେ ‘ରୋଡ୍ ଓପେନିଙ୍ଗ୍’ ଡିୟୁଟି କରୁଥିଲେ। ଏହି ସମୟରେ ଦଳେ ଆତଙ୍କବାଦୀ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଘଟଣାସ୍ଥଳରେ ୫ ଜଣ ସିଆରପିଏଫ ଯବାନ ଆହତ ହୋଇଥିଲେ। ଆହତମାନଙ୍କୁ ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଦୁଇଜଣ ଆହତ ଯବାନ ସହିଦ ହୋଇଯାଇଥିଲେ। ଏବେ ବାକି ୩ଜଣ ଶ୍ରୀନଗରସ୍ଥିତ ସେନା ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular