spot_img

ଆଇପିଏଲ ଲଢେଇ: ଆଜି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲସ ମଧ୍ୟରେ ଟକ୍କର

ଦୁବାଇ: ଆଜି ଇଣ୍ଡିଆନ୍ ପ୍ରିମିୟର ଲିଗରେ ଖେଳାଯିବ ଗୋଟିଏ ମ୍ୟାଚ୍ । ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଦିଲ୍ଲୀ କ୍ୟାପିଟାଲସ ମଧ୍ୟରେ ହେବ ଲଢେଇ । ୪ ମ୍ୟାଚରୁ ୩ଟିରେ ବିଜୟ ହାସଲ କରି ପଏଂଟ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ଦିଲ୍ଲୀ କ୍ୟାପିଟାଲସ । ସେହିପରି ବାଙ୍ଗାଲୋର ମଧ୍ୟ ୪ଟି ମ୍ୟାଚରୁ ୩ଟି ବିଜୟ ସହିତ ପଏଂଟ ଟେବୁଲର ତୃତୀୟ ସ୍ଥାନରେ ରହିଛି । ଉଭୟ ଦଳ ପାଇଁ ଏହି ମ୍ୟାଚ୍ ପଂଚମ ମ୍ୟାଚ୍ । ତେଣୁ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଶ୍ରେୟସ ଆୟାରଙ୍କ ଦିଲ୍ଲୀ କ୍ୟାପିଟାଲସ ମଧ୍ୟରେ ଆଜି ସଂଧ୍ୟାରେ ଏକ ରୋଚକ ମୁକାବିଲା ଦେଖିବାକୁ ମିଳିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular