ନୂଆଦିଲ୍ଲୀ: ନୋଟ୍ ଜରିଆରେ ଭୂତାଣୁ ବ୍ୟାପିବାର ଆଶଙ୍କା ରହିଛି କି ?ଏ ନେଇ ସମସ୍ତ ଙ୍କ ମନରେ ପ୍ରଶ୍ନ । କିନ୍ତ ଏହାକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ କିଛି ସ୍ପଷ୍ଟ କରିନାହିଁ। ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରକୁ ଭିନ୍ନ ଢଙ୍ଗରେ ଦେଇଛି ରିଜର୍ଭ ବ୍ୟାଙ୍କ। ଏକ ଚିଠି ମାଧ୍ୟମରେ ଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଏହି ପ୍ରଶ୍ନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପଚରାଯାଇଥିଲା। ସେହି ଚିଠିକୁ ସେ ରିଜର୍ଭ ବ୍ୟାଙ୍କ ପାଖକୁ ପଠାଇଦେଇଥିଲେ। ପ୍ରଶ୍ନର ଉତ୍ତରରେ ରିଜର୍ଭ ବ୍ୟାଙ୍କ ଜଣାଇଛନ୍ତି ଯେ ବଜାରକୁ ରିଜର୍ଭ ବ୍ୟାଙ୍କ ଉନ୍ନତ ମାନର ନୋଟ୍ ପଠାଇଥାଏ। କିଛି ଦିନ ପରେ ନୋଟ୍ଗୁଡ଼ିକୁ ପୁନର୍ବାର ଯାଞ୍ଚ କରାଯାଇଥାଏ। ଯେଉଁଗୁଡ଼ିକ ପ୍ରଚଳନ ପାଇଁ ଯୋଗ୍ୟ ତାହା ପୁଣି ବଜାରକୁ ଫେରିଥାଏ। ଚିରା ଫଟା ନୋଟ୍ଗୁଡ଼ିକୁ ନଷ୍ଟ କରାଯାଏ। ନଗଦ ନୋଟ୍ର ବ୍ୟବହାରକୁ ଏଡ଼ାଇବା ଲାଗି ମୋବାଇଲ୍ ବ୍ୟାଙ୍କିଙ୍ଗ, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ କିମ୍ବା କାର୍ଡ ଜରିଆରେ ଏନ୍ଇଏଫ୍ଟି, ଆଇଏମ୍ପିଏସ୍ ଓ ୟୁପିଆଇ ଆଦିକୁ ବ୍ୟବହାର କରିବାକୁ ଲୋକମାନଙ୍କୁ ରିଜର୍ଭ ବ୍ୟାଙ୍କ ପରାମର୍ଶ ଦେଇଛି। ନୂତନ ନୋଟ୍ ବିଷୟରେ ଉପଯୁକ୍ତ ସମୟରେ ସର୍ବସାଧାରଣଙ୍କୁ ଅବଗତ କରାଯାଏ ବୋଲି ରିଜର୍ଭ ବ୍ୟାଙ୍କ କହିଛି।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0