ଭୁବନେଶ୍ବର: ବିଧାନସଭାରେ ପାରିତ ହେଲା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍-୨୦୨୦ । ୩ ଦିନ ହେଲା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍-୨୦୨୦କୁ ନେଇ ଗୃହରେ ଆଲୋଚନା ଜାରି ରହିଥିଲା । ତେବେ ଆଜି ଏହି ବିଲକୁ ନେଇ ଗୃହରେ ଆଲୋଚନା ହୋଇଥିବା ବେଳେ ବିଲ ପାସ୍ ହୋଇଛି । ବିରୋଧୀଙ୍କ ହୋହଲ୍ଲା ଭିତରେ ବିଧାନସଭାରେ ସଂଶୋଧନ ବିଲ ପାରିତ ହୋଇଛି । ଆଲୋଚନା ବେଳେ ବିଜେପି ସଦସ୍ୟ ଭାଗ ନେଇନାହାନ୍ତି । ଏହି ସଂଶୋଧନ ବିଲ୍ କୁ ପ୍ରଥମକୁ ବିରୋଧ କରିଥଲା ବିଜେପି । ବିଲ୍ର ସଂଶୋଧିତ ଧାରାକୁ ନେଇ ଅନୁଚ୍ଛେଦ ଓ୍ବାରୀ ଆଲୋଚନା କରିବାକୁ ବିରୋଧୀ ଅଡି ବସିଥିବା ବେଳେ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରିଥିଲେ । ଅନ୍ୟପଟେ ବିରୋଧୀଙ୍କୁ ଜବାବ ଦେଇ ଶାସକ ଦଳ ମଧ୍ୟ ପ୍ରସ୍ତାବିତ ବିଲ୍ ସପକ୍ଷରେ ଯୁକ୍ତି ଦର୍ଶାଇଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0