spot_img

ସୁପ୍ରିମକୋର୍ଟରେ ଘୁଞ୍ଚିଲା ୟୁପି ହାଥରସ ମାମଲାର ଶୁଣାଣି 

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଉତ୍ତରପ୍ରଦେଶ ହାଥରସ ମାମଲାର ଶୁଣାଣି ଘୁଞ୍ଚିଲା । ଆସନ୍ତା ସପ୍ତାହରେ ମାମଲାର ହେବ ଶୁଣାଣି । ପୀଡିତ ପରିବାର ଓ ସାକ୍ଷୀଙ୍କ ସୁରକ୍ଷା ନେଇ ସତ୍ୟପାଠ ଦାଖଲ ନିର୍ଦ୍ଦେଶ ।

ୟୁପି ସରକରାଙ୍କୁ ସତ୍ୟପାଠ ଦାଖଲ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ଏହାସହ ସଠିକ୍ ତଦନ୍ତ ହେଉଛି କି ନାହିଁ ଖଣ୍ଡପୀଠ ତଦାରଖ କରିବ । ଏହି ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଥିଲା । ଏହି ଘଟଣାରେ ପୀଡିତାଙ୍କ ପରିବାରୁ ସୁରକ୍ଷା ଦେବା ପାଇଁ ସୁପ୍ରିମ କୋର୍ଟ ୟୁପି ସରକାରଙ୍କୁ କହିଥିଲେ । ତେବେ ଏହି ଘଟଣାର ଶୁଣାଣି ଆସନ୍ତା ସପ୍ତାହରେ ହେବ ବୋଲି କୁହାଯାଇଛି ।

ଗତ କିଛିଦିନ ତଳେ ହାଥରସରେ ଜଣେ ନାବାଳିକାକୁ ୪ ଜଣ ଦୁର୍ବୃତ୍ତଗଣଦୁଷ୍କର୍ମ କରିଥିଲେ । ପରେ ନାବାଳିକାର ଜିଭ କାଟିଦେବା ସହ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ପରେ ହସ୍ପିଟାଲରେ ନାବାଳିକା ଜଣକର ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ କେନ୍ଦ୍ର କରି ଏବେ ସାରା ଦେଶରେ ବିରୋଧ ଦେଖାଦେଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular