ମୁମ୍ବାଇ: କୋଭିଡ଼ ସଂକ୍ରମଣ ସାରା ଦେଶରେ ଧିରେ ଧିରେ ବଢିବାରେ ଲାଗିଛି । ତେବେ ଚଳିତ ବର୍ଷ ବହୁ ଚର୍ଚ୍ଚିତ କଳାକାରଙ୍କୁ ବଲିଉଡ଼ ହରାଇବାରେ ଲାଗିଛି । ଇତି ମଧ୍ୟରେ ଅଭିନେତା ଅଜୟ ଦେବଗନଙ୍କ ଭାଇ ଅନିଲ ଦେବଗନଙ୍କ ଦେହାନ୍ତ ହୋଇଛି । ଏହି ଦୁଃଖଦ ଖବରକୁ ଅଜୟ ତାଙ୍କ ସୋସିୟାଲ ମିଡ଼ିଆ ମାଧ୍ୟମରେ ସେୟାର କରିଛନ୍ତି । ଅଜୟ ଲେଖିଛନ୍ତି, ଗତକାଲି ରାତିରେ ମୁଁ ମୋର ଭାଇ ଅନିଲ ଦେବଗନଙ୍କୁ ହରାଇଲି । ହଠାତ ତାଙ୍କର ପରଲୋକ ଆମ ପରିବାରକୁ ଭାଙ୍ଗି ଦେଇଛି । ତାଙ୍କ ଅଭାବ କେବେ ହେଲେ ପୂରଣ ହୋଇପାରିବ ନାହିଁ ଉଲ୍ଲେଖ କରି ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିବାକୁ ନିଜ ପ୍ରଶଂସକଙ୍କୁ ଅଜୟ ଅନୁରୋଧ କରିଛନ୍ତି ।
I lost my brother Anil Devgan last night. His untimely demise has left our family heartbroken. ADFF & I will miss his presence dearly. Pray for his soul. Due to the pandemic, we will not have a personal prayer meet🙏 pic.twitter.com/9tti0GX25S
— Ajay Devgn (@ajaydevgn) October 6, 2020
ଅନୀଲ ମଧ୍ୟ ବଲିଉଡ଼ ସହ ଜଡ଼ିତ ଥିଲେ । ସେ ଅନେକ ବଲିଉଡ଼ ଚଳଚ୍ଚିତ୍ରରେ ନିଦେ୍ର୍ଦଶକ ଏବଂ ସହ ନିଦେ୍ର୍ଦଶକ ଭାବରେ କାର୍ଯ୍ୟ କରିଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0