spot_img

ଚର୍ମରେ ୯ ଘଣ୍ଟା ପର୍ଯ୍ୟନ୍ତ ଜୀବିତ ରହେ କରୋନା ଭାଇରସ୍

କରୋନା ଭୂତାଣୁ ମଣିଷ ତ୍ୱଚାରେ ଅନେକ ଘଣ୍ଟା ଜୀବିତ ରହିପାରେ ବୋଲି ଏକ ଅଧ୍ୟନରୁ ଜଣାପଡ଼ିଛି । କୋଭିଡ-୧୯ର ଟ୍ରାନ୍ସମିଶନ ଏରୋସୋଲ ଓ ଡ୍ରପଲେଟସ ମାଧ୍ୟମରେ ହୋଇଥାଏ । ‘କ୍ଲିନିକାଲ ଇନଫେକ୍ସିଅସ ଡିସିଜ’ରେ ପ୍ରକାଶିତ ଏହି ଅଧ୍ୟୟନରେ ‘ସାର୍ସ –କୋଭ୍-୨’ ଭୂତାଣୁର ୁ ବଞ୍ଚିବା ପାଇଁ ହାତର ପରିଷ୍କାର ପରିଚ୍ଛନ୍ନତା ବହୁତ ଜରୁରୀ ହୋଇଥାଏ । ସୁସ୍ଥ ସ୍ୱେଚ୍ଛାସେବୀଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ବୈଜ୍ଞାନିକମାନେ କ୍ୟାଡେବର ସ୍କିନର ବ୍ୟବହାର କରିଥିଲେ । ଏକ୍ସପର୍ଟଙ୍କ ଅନୁସାରେ ଇନଫ୍ଲୁଏଞ୍ଜା ପରି ଘାତକ ଭାଇରସ୍ ମଣିଷ ତ୍ୱଚାରେ ୨ ଘଣ୍ଟାରୁ ଅଧିକ ସମୟ ରହି ପାରେନାହିଁ । ମାତ୍ର କରୋନା ଭାଇରସ୍ ୯ ଘଣ୍ଟାରୁ ଅଧିକ ସମୟ ରହିପାରେ ।

sanitizer

ଗବେଷକଙ୍କ ମତରେ ୮୦%ରୁ ଅଧିକ ଆଲକୋହଲ ଥିବା ସାନିଟାଇଜର ମାତ୍ର ୧୫ ସେକେଣ୍ଡରେ ଗାୟବ କରିବାରେ ସମର୍ଥ । ‘ୟୁଏସ ଫର୍ ଡିସିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ୍’ ମଧ୍ୟ ଆଲକୋହଲ ଥିବା ସାନିଟାଇଜର ବ୍ୟବହାର ଉପରେ ପରାମର୍ଶ ଦେଇଛି । ସାବୁନ କିମ୍ବା ସାନିଟାଇଜରରେ ପ୍ରାୟ ୨୦ ସେକେଣ୍ଡ ହାତ ଧୋଇବା ଦ୍ୱାରା କରୋନା ସଂକ୍ରମଣର ଡର ଶେଷ ହୋଇଯାଇଥାଏ । ଅନେକ ସମୟ ଧରି ଲୋକଙ୍କ ମନରେ ଥିଲା କି ଅଧିକ ସମୟ ଧରି ମାସ୍କ ପିନ୍ଧିବା ଦ୍ୱାରା ଶରୀରରେ ଅମ୍ଳଜାନ ଅଭାବରୁ କ୍ଷତି ହୋଇପାରେ । ଏହାକୁ ନେଇ ମଧ୍ୟ ଏକ ରିପୋର୍ଟ ସାମ୍ନାକୁ ଆସିଛି । ଏକ ଆଭରେଜ ଫେସ୍ ମାସ୍କ ଅସହଜ ଲାଗିପାରେ , କିନ୍ତୁ ଏହା ଅମ୍ଳଜାନକୁ ବାଧିତ କରେ ନାହିଁ ବୋଲି ଜଣାପଡ଼ିଛି ।

mask

ଗବେଷକମାନେ ଗ୍ୟାସ ଏକ୍ସଚେଞ୍ଜ ଉପରେ ସର୍ଜିକାଲ ମାସ୍କ ଟେଷ୍ଟ ମଧ୍ୟ କରିଛନ୍ତି । ଏହି ପ୍ରକ୍ରିୟାରେ ଶରୀର ରକ୍ତ ସହ ଅମ୍ଳଜାନକୁ ଯୋଡ଼ିଥାଏ ଓ ଅଙ୍ଗାରକାମ୍ଳ ଛାଡ଼ିଥାଏ । ୧୫ ଜଣ ସୁସ୍ଥ ଡାକ୍ତର ଓ ସେନାର ୧୫ ଜଣ ଫୁସ୍ଫୁସ୍ ରୋଗରେ ପୀଡ଼ିତ ବ୍ୟକ୍ତି ୬ ମିନିଟ୍ ଚାଲିବା ପରେ ପରୀକ୍ଷଣ କରାଯାଇଥିଲା । ୱାକିଙ୍ଗ ଟେଷ୍ଟ ପୂର୍ବରୁ ସମସ୍ତ ସ୍ୱେଚ୍ଛାସେବୀଙ୍କ ରକ୍ତରେ ଅମ୍ଳଜାନ ଓ ଅଙ୍ଗାରକାମ୍ଳର ମାତ୍ରା ମପାଯାଇଥିଲା । ରିପୋର୍ଟ ଅନୁସାରେ, ସୁସ୍ଥ କିମ୍ବା ପୀଡ଼ିତ, କାହା ଦେହରେ ଅକ୍ସିଜେନର କିଛି ପରିବର୍ତ୍ତନ ଦେଖାଯାଇନଥିଲା । ଗବେଷକଙ୍କ ମତରେ ମାସ୍କ ଚେହେରାର ସମ୍ବେଦନଶୀଳ ଶିରାଗୁଡ଼ିକୁ ଅସୁବିଧାରେ ପକାଇପାରେ । କିନ୍ତୁ ଏହା ବଡ଼ ଚିନ୍ତାର ବିଷୟ ନୁହେଁ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular