ହାଥରସ: ଉତ୍ତର ପ୍ରଦେଶ ହାଥରସ ଘଟଣାର ଏକ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସିଛି । ଗଣଦୁଷ୍କର୍ମ ଓ ଭୟଙ୍କର ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଥିବା ୧୯ ବର୍ଷୀୟ ଯୁବତୀ ବ୍ୟବହାର କରୁଥିବା ଫୋନରୁ ଆସିଛି ଏକ ସାଂଘାତିକ ତଥ୍ୟ । ପୀଡିତା ମୁଖ୍ୟ ଅଭିଯୁକ୍ତ ସନ୍ଦୀପ ସିଂହଙ୍କ ସହ ନିୟମିତ ଯୋଗାଯୋଗରେ ରହିଥିବା କଥା ସାମ୍ନାକୁ ଆସିଛି । ପୀଡିତାଙ୍କ ଫୋନରୁ ଏପରି ତଥ୍ୟ ସାମ୍ନାକୁ ଆସିବା ପରେ ପୁଲିସ୍ ପୀଡିତାଙ୍କ ପରିବାର ଓ ମୁଖ୍ୟ ଅଭିଯୁକ୍ତର ଫୋନ କଲକୁ ଯାଞ୍ଚ କରୁଛି । ପୁଲିସ୍ କହିବା ଅନୁଯାୟୀ, ମୁଖ୍ୟ ଅଭିଯୁକ୍ତ ସନ୍ଦୀପ ପାଖକୁ ନିୟମିତ ଭାବେ ଗୋଟିଏ ଫୋନ ନମ୍ବରରୁ କଲ୍ ଆସୁଥିଲା । ସେହି ନମ୍ବରଟି ପୀଡିତାଙ୍କ ଭାଇ ସତ୍ୟେନ୍ଦ୍ରଙ୍କ ନାଁରେ ପଞ୍ଜିକୃତ ହୋଇଛି । ଉଭୟ ନମ୍ବର ମଧ୍ୟରେ ୨୦୧୯ ଅକ୍ଟୋବର ୧୩ ରୁ ଯୋଗାଯୋଗ ହୋଇଆସୁଥିଲା । ଦୁଇ ନମ୍ବର ମଧ୍ୟରେ ପ୍ରାୟ ୧୦୪ ଥର କଲ୍ ଯିବା ଆସିବା କରିବା କଥା ସାମ୍ନାକୁ ଆସିଛି । କଲ ରେକର୍ଡରୁ ପୀଡିତା ଓ ସନ୍ଦୀପ ପରସ୍ପର ସହ ଯୋଗାଯୋଗରେ ଥିଲେ ବୋଲି ପୁଲିସ୍ କହିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0