ପ୍ରମୁଖ ଆଣ୍ଟି ଭାଇରସ ନିର୍ମାତା ମ୍ୟାକେଫିକୁ ତିଆରି କରୁଥିବା ଜନ୍ ମ୍ୟାକେଫିଙ୍କୁ ବାର୍ସିଲୋନା ଏୟାରପୋର୍ଟରୁ ପୁଲିସ ଗିରଫ କରିଛି । ତାଙ୍କ ଉପରେ ଟ୍ୟକ୍ସ ଚୋରିର ଆରୋପ ଲଗାଯାଇଛି । ସେ ବ୍ରିଟିଶ ପାସପୋର୍ଟ ସହିତ ବାର୍ସିଲୋନା ଏୟାରପୋର୍ଟରେ ଇସ୍ତାନବୁଲ ଯାଉଥିବା ସମୟରେ ଗିରଫ ହୋଇଥିଲେ । ରିପୋର୍ଟ ଅନୁସାରେ ଜନ୍ ମ୍ୟାକେଫି ଗତ ଚାରି ବର୍ଷ ହେଲା ଇନକମ୍ ଟାକ୍ସ ଦାଖଲ କରିନଥିଲେ । ଜନ୍ ମ୍ୟାକେଫିଙ୍କୁ ଏକ ଭିଡ଼ିଓ କଲ ଜରିଆରେ ଉଚ୍ଚ ନ୍ୟାୟାଳୟରେ ହାଜର କରାଯାଇଥିଲା ଏବଂ ବିନା ଜମାନତରେ ତାଙ୍କୁ ଜେଲ ପଠାଇ ଦିଆଯାଇଥିଲା । ଯେଉଁଠି ତାଙ୍କୁ ପ୍ରତ୍ୟର୍ପଣ ପ୍ରକ୍ରିୟା ପାଇଁ ଅପେକ୍ଷା କରିବାକୁ ପଡ଼ିବ । ଜନଙ୍କୁ ଗିରଫ ପରେ ମ୍ୟାକେଫିର ଅଧିକାରୀମାନେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଜନଙ୍କ ଫଟୋ ସହ ଏକ ପୋଷ୍ଟର ମଧ୍ୟ ସେୟାର କରିଛନ୍ତି । ଜନ୍ ଦୋଷୀ ସାବ୍ୟସ୍ତ ହେଲେ ୫ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0