spot_img

ବ୍ରହ୍ମପୁର ଆଇଟିଆଇର ଆଉ ଏକ ଅଭିନବ ପ୍ରୟାସ.

ବ୍ରହ୍ମପୁର- କରୋନା ମହାମାରୀକୁ ପ୍ରତିହିତ କରିବା ପାଇଁ ବ୍ରହ୍ମପୁର ଶିଳ୍ପ ତାଲିମ୍ ଅନୁଷ୍ଠାନ ତାର ନିରନ୍ତର ପ୍ରୟାସ ଜାରି ରଖିଛି । କୋଭିଡ-୧୯ର ମୁକାବିଲା ପାଇଁ ପୁଣି ଏକ ଅତ୍ୟାବଶକ ଉପକରଣ ଭାବେ ୟୁଭିସି ରୋବୋ ୱାରିୟର ପ୍ରସ୍ତୁତ କରାଯାଇଛି । କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ଡ.ମହେନ୍ଦ୍ରନାଥ ପାଣ୍ତେ ଆଜି ଅନଲାଇନରେ ଏହାର ଉନ୍ମୋଚନ କରିଥିଲେ । ୟୁଭିସି ପ୍ରଯୁକ୍ତି ବିଦ୍ୟାକୁ ଉପଯୋଗ କରି ପ୍ରସ୍ତୁତ ଏହି ରୋବୋ ଦ୍ୱାରା ବସ୍,କ୍ୱାରେଣ୍ଟାନ୍ ସେଣ୍ଟର ବିଶୋଧନ କରିହେବ ।

ଆତ୍ମନିର୍ଭର ଭାରତ ପାଇଁ ବ୍ରହ୍ମପୁର ଆଇଟିଆଇର ଏହି ନୁଆ ପ୍ରୟାସ ଆଉ ଏକ ଉଦାହରଣ ବୋଲି କେନ୍ଦ୍ରମନ୍ତ୍ରୀ ଟୁଇଟରରେ ଉଲ୍ଲେଖ କରିଛନ୍ତି । ଆଖପାଖରେ ଉପଲବ୍ଧ ହେଉଥିବା ନାନା ସରଂଜାମକୁ ନେଇ ସୁଚନା ପ୍ରଯୁକ୍ତି ବିଦ୍ୟାର । ଉପଯୋଗ କରି ସ୍ୱଳ୍ପ ଖର୍ଚ୍ଛରେ ଏଭଳି ଏକାଧିକ ଉପକରଣ ପ୍ରସ୍ତୁତ କରିବାରେ ସଫଳତା ହାସଲ କରିଛି । ଯାହାକୁ ପ୍ରଧାନମନ୍ତ୍ରୀ ଙ୍କ ଠାରୁ ଆରମ୍ଭକରି କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ,ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular