ଅଦ୍ୟାବିଧି ଭାରତରେ କରୋନା ସଂକ୍ରମଣ ସଂଖ୍ୟାରେ ବିଶ୍ୱସ୍ତରରେ ତୃତୀୟ ସ୍ଥାନରେ ପହଞ୍ଚିଛି । ସେହିପରି କୋରାନା ମୃତ୍ୟୁ ସଂଖ୍ୟା ମଧ୍ୟ ଚତୁର୍ଥ ସ୍ଥାନରେ ରହିଛି । ପିଲ୍ମ ନଗରୀର ଦୁନିଆ କୁହାଯାଉଥିବା ମହାରଷ୍ଟ୍ରର ମୁମ୍ବାଇ ସହରରେ ଏହାର ସଂଖ୍ୟା ସର୍ବାଧିକ ରହିଛି । ବର୍ତ୍ତମାନ ବିଗ୍ ବି ଅମିତାଭ ବଚ୍ଚନଙ୍କ ସହ ପୁଅ ଅଭିଷେକ ବଚ୍ଚନ, ବୋହୁ ଐଶୋର୍ଯ୍ୟା ବଚ୍ଚନ ଓ ନାତୁଣୀ ଆରାଧ୍ୟା କରୋନା ପଜିଟିଭ ଚିହ୍ନଟ ହେବାପରେ ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଜ୍ଝ ରବିବାର ସକାଳେ ଅନୁପମ ଖେରଙ୍କ ମା’, ଭାଇ, ଭାଉଜ ଓ ଝିଆରୀ କରୋନା ପଜିଟିଭ ଚିହ୍ନଟ ହେବାପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି ହୋଇଛି । ବତ୍ତୟମାନ ଗୁଜବ ସୃଷ୍ଟିକାରୀମାନେ ସୋସିଆଲ ମିଡ଼ିଆରେ ଅନ୍ୟ ବଲିଉଡ ସେଲିବ୍ରିଟି କରୋନା ସଂକ୍ରମଣର ଶିକାର ହୋଇଥିବା ମିଛ ଖବର ଭାଇରାଲ କରୁଛନ୍ତି । ଏହି ତାଲିକାରେ ଡ୍ରିମଗାର୍ଲ ହେମା ମାଳିନୀ ମଧ୍ୟ ବର୍ତ୍ତି ନାହାନ୍ତି । ତେବେ ଗୁଜବ ସୃଷ୍ଟିପରେ ସେ ଏକ ଭିଡିଓ ମାଧ୍ୟମରେ ସୂଚନା ଦେଇଛନ୍ତି।

ହେମା ମାଳିନୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ପ୍ରଥମେ ଝିଅ ଇଶା ଦେଓଲ ଏହାକୁ ମିଛ ବୋଲି କହିଥିଲେ । ନିଜ ଇନ୍ସଟାଗ୍ରାମ ଷ୍ଟୋରିରେ ଏକ ପୋଷ୍ଟ ସେୟାର କରି ତାଙ୍କ ମା’ ସମ୍ପୂର୍ଣ ସୁସ୍ଥ ଥିବା କହିଥିଲେ। ତାଙ୍କ ସ୍ୱାସ୍ଥ୍ୟ ନେଇ ଭାଇରାଲ ହେଉଥିବା ଖବର ସମ୍ପୂର୍ଣ ମିଥ୍ୟା । ଏହାସହ ଏହି ମିଥ୍ୟା ଖବର ଉପରେ ବିଶ୍ୱାସ ନ କରିବାକୁ ସେ ପ୍ରଶଂସକଙ୍କୁ ଅନୁରୋଧ କରିଥିଲେ।
ପରେ ହେମା ମାଳିନୀ ମଧ୍ୟ ନିଜ ଇନ୍ସଟାଗ୍ରାମ ଆକାଉଣ୍ଟରୁ ଏକ ଭିଡିଓ ସେୟାର କରି ଏସଂପର୍କରେ ସୂଚନା ଦେଇଛନ୍ତି । ସେ କହିଲେ, ‘ରାଧେ ରାଧେଟ୍ଟକିଛି ଲୋକ କିଛି ମିଛ ଖବର ଶୁଣି ବହୁତ ଚିନ୍ତିତ ହୋଇପଡିଛନ୍ତି ଜ୍ଝ କିନ୍ତୁ ସେମିତି କିଛି ନୁହେଁ, ମୋର ସ୍ୱାସ୍ଥ୍ୟ ଅବସ୍ଥା ସଂପୂର୍ଣ୍ଣ ଠିକ୍ ଅଛି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0