କରୋନା ଭାଇରସ ଯୋଗୁଁ ହୋଇଥିବା ଲକଡ଼ାଉନ ନିୟମରେ ସରକାର ଧିରେ ଧିରେ କୋହଳ କରୁଛନ୍ତି । ଟିଭି ସିରିଏଲର ସୁଟିଂ କିଛି ଦିନ ଆଗରୁ ଆରମ୍ଭ ହୋଇସାରିଛି । ଏବେ ସିନେ କଳାକାରମାନେ ମଧ୍ୟ ଧିରେ ଧିରେ ନିଜ କାର୍ଯ୍ୟକୁ ଫେରୁଛନ୍ତି । ଖିଲାଡ଼ି ଅକ୍ଷୟ କୁମାରଙ୍କ ସିନେମା ‘ପୃଥିରାଜ’ର ବାକି ସୁଟିଂ ନଭେମ୍ବରରୁ ଆରମ୍ଭ ହେବ ବୋଲି ନିର୍ମାତାମାନେ ନିଷ୍ପତି ନେଇଛନ୍ତି । ଫିଲ୍ମର ଶହେରୁ ଉଦ୍ଧ୍ୱର୍ ଲୋକ ଏକତ୍ରିତ ହେବାର ଏକ ଦୃଶ୍ୟ ଅଛି । ତେଣୁ ସିନେମାର ବାକି ଥିବା ୪୦ ଦିନର ସୁଟିଂ ବିଳମ୍ବରେ ହେବ ବୋଲି ନିର୍ମାତା ଆଦିତ୍ୟ ଚୋପ୍ରା କହିଛନ୍ତି । ପୂର୍ବରୁ ସିନେମାର ସୁଟିଂ ଜୟପୁରରେ ହେବାକୁ ଥିବା ବେଳେ ବର୍ତ୍ତମାନ ଏହାର ସୁଟିଂ ମୁମ୍ବାଇରେ ଥିବା ୟଶରାଜ ଫିଲ୍ମ ଷ୍ଟୁଡ଼ିଓରେ ହେବ ବୋଲି ନିର୍ମାତା ଆଦିତ୍ୟ ଚୋପ୍ରା କହିଛନ୍ତି ।
ଅକ୍ଷୟ କୁମାର ନିଜର ଆଗାମୀ ଫିଲ୍ମ ‘ବେଲ ବଟମ’ ର ସୁଟିଂ ପାଇଁ ବ୍ରିଟେନ୍ ଯାଉଛନ୍ତି । ଲକଡାଉନ ପରେ ଅକ୍ଷୟ କୁମାର ପ୍ରଥମେ ଏକ ବିଜ୍ଞାପନର ସୁଟିଂ ଆରମ୍ଭ କରିଥିଲେ । ପରେ ଫିଲ୍ମ ଜଗତର କଳାକାରମାନଙ୍କ ମଧ୍ୟରୁ ବିଦ୍ୟା ବାଲାନ, ତାପସୀ ପନ୍ନୁ ଏବଂ ଅର୍ଜୁନ କପୁର ସୁଟିଂ ଆରମ୍ଭ କରିଥିଲେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0