ଦୁବାଇ: ଦୁବାଇରେ ଚଳିତ ବର୍ଷ ଆଇପିଏଲ ସଂସ୍କରଣର ଆଜି ୨୧ତମ ମ୍ୟାଚ । ଆଜି ମୁହାଁ ମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗସ ଓ କଲିକତା ନାଇଟ ରାଇଡ଼ର୍ସ । ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱାଧିନ ଚେନ୍ନାଇ ସୁପରକିଙ୍ଗସର ଆଜି ଷଷ୍ଠ ମ୍ୟାଚ । ଚେନ୍ନାଇ ସୁପର କିଙ୍ଗସ ପୂର୍ବ ମ୍ୟାଚରେ ଚମକ୍ରାର ପ୍ରଦର୍ଶନ କରି ପୁଣି ଥରେ ତା’ର ବିଜୟ ଅଭିଯାନ ଆରମ୍ଭ କରିଛି । ତେବେ କଲିକତା ନାଇଟ ରାଇଡ଼ର୍ସକୁ ପରାସ୍ତ କରିବା ଲକ୍ଷରେ ପଡ଼ିଆକୁ ଓହ୍ଲାଇଛି ଆଜି ଚେନ୍ନାଇ ସୁପରକିଙ୍ଗସ । ସେହିପରି ଦିନେଶ କାର୍ତ୍ତୀକଙ୍କ ନେତୃତ୍ୱାଧିନ କଲିକତା ନାଇଟ ରାଇଡ଼ର୍ସ ଚାରଟି ମ୍ୟାଚରୁ ଦୁଇଟି ବିଜୟ ଓ ଦୁଇଟି ପରାଜୟ ହାସଲ କରିଛି । ତେବେ ଆଜିର ମ୍ୟାଚ ଜିତି କଲିକତା ପଏଣ୍ଟ ଟେବୁଲରେ ତା’ର ସ୍ଥାନ ସୁଦୃଢ କରିବା ପାଇଁ ଚେଷ୍ଟା କରିବ । ସିଏସକେ ଦଳର ବିସ୍ଫୋରକ ଓପନର ବ୍ୟାଟସମ୍ୟାନ ଫ୍ଲାପ ଡ଼ୁପ୍ଲେସିସ ଓ ସେନ ୱାଟସନ ଚମକ୍ରାର ଫର୍ମରେ ଅଛନ୍ତି । ତେବେ କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷ ମ୍ୟାଚରେ ଦୁଇ ଓପନରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଚେନ୍ନାଇ ୧୦ ୱିକେଟରେ ମ୍ୟାଚକୁ ଜିତି ପାରିଥିଲା । ସେହିପରି ବୋଲିଂରେ ଲୁଙ୍ଗି ଏନଗିଡ଼ି, ରବିନ୍ଦ୍ର ଜାଡ଼େଜା ଏବଂ ଦୀପକ ଚହର ସେହି ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ । ଅନ୍ୟପଟେ ଦଳରେ ଅମ୍ବାତି ରାଇଡ଼ୁ, ରବିନ୍ଦ୍ର ଜାଡ଼େଜା, ଡ଼ାରେନ ବ୍ରାଭୋ ଓ କ୍ୟାପଟେନ ଧୋନିଙ୍କ ଭଳି ପ୍ରମୁଖ ବ୍ୟାଟସମ୍ୟାନ ଅଛନ୍ତି । ଯାହାକି ଆଜିର ମ୍ୟାଚରେ ସିଏସକେ ଟିମକୁ ଏକ ବଡ଼ ସ୍କୋର କରିବାରେ ସହାୟକ ହୋଇପାରିବ । ସେହିପରି କଲିକତା ଦଳର ବିସ୍ଫୋରକ ଓପନର ବ୍ୟାଟସମ୍ୟାନ ଶୁଭମାନ ଗିଲ ଓ ଇୟାନ ମୋର୍ଗାନ ପୂର୍ବ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ । ତେବେ ଷ୍ଟାର ପ୍ଲେୟାର ଆଣ୍ଡ୍ରେ ରସେଲଙ୍କ ବ୍ୟାଟିଂର ଯାଦୁ ଏପର୍ଯ୍ୟନ୍ତ ଦର୍ଶକଙ୍କୁ ଦେଖିବାକୁ ମିଳିନାହିଁ । ସେହିପରି ଦ୍ରୁତ ବୋଲର ନାଗରକୋଟି ଓ ଶୁଭମ ମାଭି ପୂର୍ବ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ । ଅନ୍ୟପଟେ ଦଳର ସ୍ପିନର ଭାବେ କୂଳଦ୍ୱୀପ ଯାଦବ ରହିଛନ୍ତି । ଯାହା ଆଜିର ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସର ଏକ ବଡ଼ ସ୍କୋରକୁ ରୋକିବାରେ ସହାୟକ ହେବ । ତେବେ ଅଭିଜ୍ଞ ମହେନ୍ଦ୍ର ସିଂହ ଧୋନୀ ଓ ଅଧିନାୟକ ଦିନେଶ କାର୍ତ୍ତୀକଙ୍କ ମଧ୍ୟରେ ଆଜି କଡ଼ା ଟକ୍କର ହେବାକୁ ଯାଉଛି । ଯାହାକି ଚଳିତ ବର୍ଷ ଆଇପିଏଲ ଲଢେଇର ଅନ୍ୟତମ ଆକର୍ଷଣ ହେବ ବୋଲି ଖେଳ ବିଶେଷଜ୍ଞ ସୂଚନା ଦେଇଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0