spot_img

ଗ୍ରୋସରୀ ନାଁରେ ୧୫ ଲକ୍ଷ ଟଙ୍କା ଠକେଇ

ଜୟପୁର: ଗ୍ରୋସରୀ ଦେବା ନାଁରେ ୧୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ଥାନାକୁ ଗଲେ ଶହେରୁ ଅଧିକ ଯୁବକ ଯୁବତୀ । କୋରାପୁଟ ଜୟପୁରରେ ଏଭଳି ଠକେଇ ଅଭିଯୋଗ ସାମନାକୁ ଆସିଛି । କରୋନା ସମୟରେ ଲୋକଙ୍କୁ ୩୩ ପ୍ରତିଶତ ରିହାତିରେ ଗ୍ରୋସରୀ ଦେବା ସହ ସଂସ୍ଥାରେ ଚାକିରୀ ଦେବା ନାଁରେ ମିଥ୍ୟା ପ୍ରତିଶ୍ରୁତି ଦେଇ କମ୍ପାନୀ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକିଛି।

କିଏ ୫ହଜାର ତ କିଏ ୨୦ ହଜାର ଟଙ୍କା ଡିପୋଜିଟ୍ ବି କରିଥିଲେ । ହେଲେ ନା ଜିନିଷପତ୍ର ଆସିଲା ନା ମିଳିଲା ଦରମା । ଏହାକୁ ନେଇ ସେମାନେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସେପଟେ ଗ୍ରୋସରୀ ଜିନିଷ ଦେବାକୁ କହି କାର୍ଡ କରିବା ପାଇଁ ଘର ପିଛା ୨୭୫ ଟଙ୍କା ଆଦାୟ ହୋଇଥିଲା । ହେଲେ ଜିନିଷ ମିଳିନଥିବା ବେଳେ ସବୁ ଟଙ୍କା ନେଇ ସଂପୃକ୍ତ ସଂସ୍ଥା ମାଲିକ ଚମ୍ପଟ୍ ମାରିଥିବା ଅଭିଯୋଗ ହୋଇଛି । ଏନେଇ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular