spot_img

ଆୟକର ବିଭାଗ ହାତରେ ପୁଣି ଶଶିକଳାଙ୍କ ୨ ହଜାର କୋଟିର ସମ୍ପତ୍ତି

ଚେନ୍ନାଇ: ଆୟକର ବିଭାଗ ବୁଧବାର ଦିନ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସହଯୋଗୀ ଶଶିକଳାଙ୍କର ୨ ହଜାର କୋଟି ଟଙ୍କାର ସଂପତ୍ତି ଜବତ୍ କରିଛି । ଆୟକର ବିଭାଗ ବେନାମୀ ପ୍ରୋହିବିଟେସନ ଆକ୍ଟ ଅନୁଯାୟୀ ଶଶିକଳାଙ୍କ ଏହି ୨ ହଜାର କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି । ଏଥିରେ ଏମିତି ଦୁଇଟି ଜମି ରହିଛି, ଯାହାର ମୂଲ୍ୟ ୩୦୦ କୋଟି ଟଙ୍କା ହେବ । ପୂର୍ବ ବର୍ଷ ବି ଶଶିକଳାଙ୍କର ୧୫ ଶହ କୋଟିର ସଂପତ୍ତି ଜବତ କରିଥିଲା ଆୟକର ବିଭାଗ । ଆଜି ଜବତ ହୋଇଥିବା ସମ୍ପତ୍ତିଗୁଡିକ ସିରୁଥାଭୁର ଓ କୋଡାନାଡୁରେ ରହିଥିଲା । ଜବତ ସମସ୍ତ ସମ୍ପତ୍ତି ଜୟାଙ୍କ ସହଯୋଗୀ ଶଶିକଳା, ଇଲ୍ଲାବାରାସି ଓ ସୁଧାକରନଙ୍କ ନାଁରେ ପଞ୍ଜିକୃତ ହୋଇଥିଲା । ଏବେ ଆୟକର ବିଭାଗର ବେନାମୀ ପ୍ରୋହିବିଟେସନ ଓି୍ୱଙ୍ଗ ସବୁଠାରେ ନୋଟିସ୍ ମାରି ଦେଇଛି । ଏବେ ଶଶିକଳାଙ୍କ ସହ ଇଲ୍ଲାଭାରାସି ଓ ସୁଧାକରନ ଆୟ ବର୍ହିଭୂତ ସମ୍ପତ୍ତିଠୁଳ ମାମଲାରେ ଗିରଫ ହୋଇ ଜେଲରେ ୪ ବର୍ଷର ସଜ୍ଜା କାଟୁଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular