spot_img

ନରେନ୍ଦ୍ର ମୋଦୀ ଭାଙ୍ଗିଲେ ନେହେରୁଙ୍କ ରେକର୍ଡ

ନୂଆଦିଲ୍ଳୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ଓ ଦେଶର ମୁଖ୍ୟ ଭାବରେ ୨୦ ବର୍ଷରେ ପ୍ରଦାର୍ପଣ କରିଛନ୍ତି । ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଏ କ୍ଷେତ୍ରରେ ରହିଥିବା ରେକର୍ଡକୁ ପ୍ରଧାନମନ୍ତ୍ରୀ ଭଙ୍ଗ କରିଛନ୍ତି । ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀ ମୋଦୀ ୪ ହଜାର ୬୦୭ଦିନ କାର୍ଯ୍ୟ କରିବା ପରେ ୨ ହଜାର ୩୩୪ଦିନ ପ୍ରଧାନମନ୍ତ୍ରୀ ଭାବେ କ୍ରମାଗତ କାର୍ଯ୍ୟ କରି ଆସୁଛନ୍ତି । ଏକ୍ଷେତ୍ରରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୬ହଜାର ୧୩୦ଦିନର କାର୍ୟ୍ୟ ଦିବସକୁ ଅତିକ୍ରମ କରିଛନ୍ତି। ଶ୍ରୀ ମୋଦୀ କ୍ରମାଗତ ଭାବେ ୬ ହଜାର ୯୪୧ ଦିନ ଧରି ନିର୍ବାଚିତ ସରକାରରେ ରାଜ୍ୟ ଓ ଦେଶର ମୁଖ୍ୟ ଭାବେ କ୍ଷମତାରେ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular