spot_img

ଭାରତ-ଜାପାନ ମଧ୍ୟରେ ସାଇବର ସିକ୍ୟୁରିଟି ଚୁକ୍ତି ଚୂଡାନ୍ତ

ନୂଆଦିଲ୍ଲୀ: ଭାରତ ଓ ଜାପାନ୍ ମଧ୍ୟରେ ସାଇବର-ସିକୁ୍ୟରିଟି ଚୁକ୍ତି ଚୂଡାନ୍ତ ହୋଇଛି । ୫ଜି ଏବଂ କ୍ରିଟିକାଲ୍ ଇନଫର୍ମେସନ୍ ଇନଫ୍ରାଷ୍ଟ୍ରକଚର କ୍ଷେତ୍ରରେ ସହଯୋଗ ବୃଦ୍ଧି ନିମନ୍ତେ ଏହି ଚୁକ୍ତି ହୋଇଥିବା ସୂଚନା ମିଳିଛି । ପୃଥକ୍ ପୃଥକ୍ ଯୋଗାଣ ଶୃଙ୍ଖଳ ସହ ଅବାଧ ଓ ଉନ୍ମୁକ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ନିମନ୍ତେ କାର୍ୟ୍ୟ କରିବାକୁ ଦୁଇ ଦେଶ ଶପଥ ନେଇଛନ୍ତି। କ୍ରିଟିକାଲ୍ ଇନ୍ଫର୍ମେସନ୍ ଇନ୍ଫ୍ରାଷ୍ଟ୍ରକ୍ଚର୍ କ୍ଷେତ୍ରରେ ସାମର୍ଥ୍ୟ ଗଠନ, ଗବେଷଣା ଓ ବିକାଶ ଏବଂ ନିରାପତ୍ତା ଓ ନମନୀୟତା, ୫ଜି, ଇଣ୍ଟର୍ନେଟ୍ ଅଫ୍ ଥିଙ୍ଗ୍ସ୍ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍ରେ ପ୍ରସ୍ତାବିତ ସାଇବର୍-ସିକ୍ୟୁରିଟି ରାଜିନାମା ସହଯୋଗ ବୃଦ୍ଧି କରିବ। ସାମ୍ପ୍ରତିକ ସମୟରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଅଧିକ ଗୁରୁତ୍ବ ବଢ଼ିଯାଇଥିବା ନେଇ ଆଲୋଚନା ବେଳେ ଜୟଶଙ୍କର ଓ ମୋତେଗି ଏକମତ ହୋଇଥିଲେ। ସେ ଅଞ୍ଚଳର ମଙ୍ଗଳ ନିମନ୍ତେ ଭାରତ ଓ ଜାପାନ ଏକତ୍ର କାର୍ୟ୍ୟ କରିବା ଆବଶ୍ୟକ ବୋଲି ସେମାନେ କହିଛନ୍ତି।
ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଏବଂ ଜାପାନର ବୈଦେଶିକ ମନ୍ତ୍ରୀ ତୋସିମିତ୍ସୁ ମୋତେଗିଙ୍କ ମଧ୍ୟରେ ବୈଠକ ପରେ ଭାରତ ଓ ଜାପାନ ଦ୍ବାରା ଜାରି ମିଳିତ ବିବୃତିରେ ଉପରୋକ୍ତ ପ୍ରସଙ୍ଗ ଉଲ୍ଲେଖ କରାଯାଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular