spot_img

ଜଙ୍ଗଲରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

ପାଟଣା :  କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଦେଉଳିପଶି ଗାଁ ନିକଟରେ ଜଙ୍ଗଲରୁ ଉଦ୍ଧାର ହୋଇଛି ଯୁବକଙ୍କ କ୍ଷତବିକ୍ଷତ ମୃତଦେହ । ମୃତକ ହେଲେ ସୁରେନ୍ଦ୍ରପୁର ଗାଁର ସୋନାରାମ ମୁଣ୍ଡାଙ୍କ ପୁଅ ମାଧବ ମୁଣ୍ଡା ।

ଖବର ଅନୁଯାୟୀ, ବୁଧବାର ସନ୍ଧ୍ୟାରୁ ଘରୁ କେଉଁଆଡେ ନିଖୋଜ ଥିଲେ ମାଧବ । ବହୁ ଖୋଜାଖୋଜି ପରେ ବି ତାଙ୍କର କୌଣସି ପତ୍ତା ମିଳିନଥିଲା । କିନ୍ତୁ ଆଜି ସକାଳ ସମୟରେ ଗାଁର କିଛି ଲୋକ ନିକଟ ଆକାଶିଆ ଜଙ୍ଗଲରୁ ଯାଇଥିବା ବେଳେ ମାଧବଙ୍କ ମୃତଦେହ ଦେଖିବାକୁ ମିଳିଥିଲା ।

ତାଙ୍କ ଦେହରେ କ୍ଷତ ଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ଆଖିରେ ଗଭୀର କ୍ଷତ ଥିବାର ଦେଖିବାକୁ ମିଳିଥିଲା । କେହି ଦୁର୍ବୃତ୍ତ ହତ୍ୟା କରି ଏଠାରେ ପକାଇଦେଇଥିବା ଗ୍ରାମବାସୀମାନେ ସନ୍ଦେହ କରାଯାଉଛି । ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular