spot_img

ସାପ କାମୁଡ଼ାରେ ଓ୍ୱେସ୍କୋ କର୍ମଚାରୀଙ୍କ ମୃତ୍ୟୁ

ସମ୍ବଲପୁର : ସାପ କାମୁଡ଼ାରେ ବୁର୍ଲା ଓ୍ୱେସ୍କୋ କର୍ମାଚାରୀଙ୍କ ମୃତ୍ୟୁ ହୋଇଛି । କ୍ଷତିପୂରଣ ଦାବିରେ ମୃତଦେହ ରଖି ଧାରାଣା ଦିଆଯାଇଛି । ଘଟଣାସ୍ଥଳରେ ଓ୍ୱେସ୍କୋର ବରିଷ୍ଠ ଅଧିକାରୀ ପହଞ୍ଚି ଆଲୋଚନା ଜାରି ରଖିଛିନ୍ତି ।

ସୂଚନା ଅନୁସାରେ ବରଗଡ ଜିଲ୍ଲା ଅତାବିରା ଥାନା ଝାଙ୍ଗେଡ ଗାଁର ୨୭ ବର୍ଷିୟ ଲଳିତ ନାୟକ ଗୋଡଭଗା ଗ୍ରୀଡ ଷ୍ଟେସନରେ ହେଲ୍ପର ରୁପେ କାର୍ଯ୍ୟ କରୁଥିଲେ । କିନ୍ତୁ ଗତକାଲି ତାଙ୍କର ରାତି ଡ୍ୟୁଟି ଥିବା ବେଳେ , ବିଳମ୍ବିତ ରାତି ପ୍ରାୟ ୧୧.୪୦ ସମୟରେ ଏକ ଚିତି ସାପ ଲଳିତଙ୍କୁ ଆସି କାମୁଡି ଦେଇଥିଲା ।

ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରୁ ଆଜି ସକାଳ ପ୍ରାୟ ୪.୪୦ରେ ତାଙ୍କର ମୃତ୍ୟୁ ହୋଇଛି ।ମୃତ୍ୟୁର ଖବର ପାଇଁ ପରିବାରରେ ଶୋକର ଛାୟା ଖେଳିଯାଇଛି । ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ପରିବାର ଲୋକେ ବୁର୍ଲା ଓ୍ବେସ୍କୋ ଅଫିସ ସାମ୍ନାରେ ଶବ ରଖି ଧାରଣା ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular