spot_img

WHO ଓ UNICEF ତରଫରୁ ଚେତାବନୀ : କରୋନା ପାଇଁ ପ୍ରତିବର୍ଷ ଜନ୍ମ ନେବେ ୨୦ ଲକ୍ଷ ମୃତ ଶିଶୁ!

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ୟୁନିସେଫ୍ ତରଫରୁ ଚେତାବନୀ ଦିଆଯାଇଛି । କରୋନା ମହାମାରୀ ଗର୍ଭବତୀ ମହିଳା ଓ ତାଙ୍କ ପେଟରେ ଥିବା ଶିଶୁମାନଙ୍କ ପାଇଁ ବିପଦ ଆଣୁଛି । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ଚେତାବନୀ ଜାରି କରିଛି । ଯେଉଁ ରିପୋର୍ଟରେ ଉଲ୍ଲେଖ ରହିଛି ଯେ ବିଶ୍ୱରେ କରୋନା ମହାମାରୀର ସ୍ଥିତି ଏଭଳି ରହିଲେ ପ୍ରତି ୧୬ ସେକେଣ୍ଡରେ ଗୋଟିଏ ମୃତ ଶିଶୁ ଜନ୍ମ ହେବ ଓ ଏହା ପ୍ରତିବର୍ଷ ୨୦ ଲକ୍ଷ ଉପରେ ରହିବ । ରିପୋର୍ଟ ମୁତାବକ ବିକାଶଶୀଳ ରାଷ୍ଟ୍ର ମାନଙ୍କରେ ଏହି ସଂଖ୍ୟା ଯଥେଷ୍ଟ ବଢିପାରେ । କରୋନା ସଂକ୍ରମିତଙ୍କ ପାଇଁ ସାଧାରଣ ସ୍ୱାସ୍ଥ୍ୟସେବା ୫୦ ପ୍ରତିଶତ ହ୍ରାସ ପାଇଛି । ଏହି କାରଣରୁ ଅଗାମୀ ବର୍ଷ ୧୧୭ ବିକାଶଶୀଳ ରାଷ୍ଟ୍ରରେ ୨୦ ଲକ୍ଷରୁ ଅଧିକ ମୃତ ଶିଶୁ ଜନ୍ମନେଇ ପାରନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁସାରେ ୪୦ ପ୍ରତିଶତରୁ ଅଧିକ ଶିଶୁଙ୍କ ମୃତ୍ୟୁ ପ୍ରସବ ସମୟରେ ହୋଇଥାଏ । ଦକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କ ସହାୟତାରେ ସୁରକ୍ଷିତ ପ୍ରସବ କରାଇଲେ ଏହି ହାର କମ୍ ହୋଇପାରେ । ସ୍ୱତନ୍ତ୍ର ଚିକିତ୍ସକ, ଉତ୍ତମ ଚିକିତ୍ସା, ଭଲ ଦେଖାଶୁଣା, ଓ ସୁରକ୍ଷିତ ପ୍ରସବ ଦ୍ୱାରା ଏହି ହାରକୁ କମ୍ କରାଯାଇ ପାରିବ ବୋଲି କହିଛନ୍ତି ସଂଯୁକ୍ତ ରାଷ୍ଟ୍ରର ୟୁନିସେଫ୍ କାର୍ଯ୍ୟକାରୀ ନିର୍ଦେଶକ ହାଭେଣ୍ଟା ଫୋର ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular