spot_img

ଫୋର୍ବସ ରିପୋର୍ଟ ଅନୁସାରେ ମୁକେଶ ଅମ୍ବାନି ଦେଶର ନଂ୧ ଧନୀ

ନୂଆଦିଲ୍ଲୀ: ଗୁରୁବାର ଫୋର୍ବସ ମାଗାଜିନରେ ପ୍ରକାଶ ପାଇଛି ବିଶ୍ୱର ଧନୀ ବ୍ୟକ୍ତିଙ୍କ ତାଲିକା । କ୍ରମାଗତ ୧୩ ତମ ବର୍ଷ ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମୁଖ୍ୟ ମୁକେଶ ଅମ୍ବାନୀ ଭାରତର ନଂ ୧ ଧନୀ ତାଲିକାରେ ରହିଛନ୍ତି । ମାଗାଜିନ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ମୁକେଶଙ୍କ ମୋଟ ସମ୍ପତ୍ତିର ପରିମାଣ ୮୮.୭ ବିଲିୟନ ଡଲାର ବା ପ୍ରାୟ ୬ ଲକ୍ଷ ୫୦ ହଜାର କୋଟି ଟଙ୍କା ରହିଛି । ଆଜି ଫୋର୍ବସ ପକ୍ଷରୁ ଦେଶର ୧୦୦ ଜଣ ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ ପାଇଛି । ଏହି ତାଲିକାରୁ ଜଣାପଡ଼ୁଛି ଯେ କରୋନା ମହାମାରୀ ଓ ଆର୍ଥିକ ମାନ୍ଦାବସ୍ଥା ସତ୍ତ୍ୱେ ଦେଶର ଏହି ୧୦୦ ଧନୀଙ୍କ ମଧ୍ୟରୁ ୫୦ ଜଣଙ୍କ ସମ୍ପତ୍ତି ପରିମାଣ ବୃଦ୍ଧି ପାଇଛି । ଏହି ତାଲିକାର ୨ୟ ସ୍ଥାନରେ ଅଛନ୍ତି ଅଦାନୀ ଗ୍ରୁପ ମୁଖ୍ୟ ଗୌତମ ଅଦାନୀ। ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୨୫.୨ ବିଲିୟନ ଡଲାର ରହିଛି । ୩ୟ ସ୍ଥାନରେ ଅଛନ୍ତି ଏଚସିଏଲ ମୁଖ୍ୟ ଶିବ ନାଦର । ତାଙ୍କର ମୋଟ ସଂପତ୍ତିର ମୂଲ୍ୟ ୨୦.୪ ବିଲିୟନ ଡଲାର ରହିଛି । ୪ର୍ଥରେ ଅଛନ୍ତି ରାଧାକୃଷ୍ଣ ଦମାନି । ତାଙ୍କର ମୋଟ ସଂପତ୍ତିର ମୂଲ୍ୟ ୧୫.୪ ବିଲିୟନ ଡଲାର ରହିଛି ।
ଅନ୍ୟପକ୍ଷରେ ଫୋର୍ବସ ବିଶ୍ୱ ଧନୀ ତାଲିକାରେ ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ ନିଜର ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି । ତାଙ୍କର ମୋଟ ସମ୍ପତ୍ତି ପରିମାଣ ୧୮୫.୬ ବିଲିୟନ ଡଲାର ରହିଛି । ୨ୟ ସ୍ଥାନରେ ଅଛନ୍ତି ବର୍ନାଡ ଆର୍ନଲ୍ଟ, ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୧୧୭ ବିଲିୟନ ଡଲାର ରହିଛି । ୩ୟ ସ୍ଥାନରେ ଅଛନ୍ତି ମାଇକ୍ରୋସଫ୍ଟ ମୁଖ୍ୟ ବିଲ ଗେଟ୍ସ । ତାଙ୍କର ମୋଟ ସଂପତ୍ତିର ମୂଲ୍ୟ ୧୧୫.୮ ବିଲିୟନ ଡଲାର ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular