ମୁମ୍ବାଇ: ବିଗ ବସରୁ ପ୍ରସିଦ୍ଧି ଲାଭ କରିଥିବା ଅଭିନେତ୍ରୀ ସନା ଖାନ ଫିଲ୍ମ ଜଗତକୁ ଛାଡ଼ିବାର ଘୋଷଣା କରିଛନ୍ତି । ତେବେ ତାଙ୍କ ଇସଲାମ ଧର୍ମ ଆଧାରରେ ବଲିଉଡ ସିନେମା ଜଗତକୁ ଛାଡ଼ୁଛନ୍ତି ବୋଲି ସନା ସ୍ପଷ୍ଟ କରିଛନ୍ତି । ସନା ନିଜ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ଭାଇ ଓ ଭଉଣୀମାନେ.. ଆଜି ମୁଁ ମୋ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଆପଣଙ୍କ ସହ କଥାବାର୍ତ୍ତା କରୁଛି । ମୁଁ ବର୍ଷ ବର୍ଷ ଧରି ଚଳଚ୍ଚିତ୍ର ଦୁନିଆରେ ଜୀବନ ଅତିବାହିତ କରିଆସୁଛି ଏବଂ ଏହି ସମୟରେ ମୋର ପ୍ରିୟଜନଙ୍କ ତରଫରୁ ମୋତେ ଖ୍ୟାତି, ସମ୍ମାନ ଏବଂ ଧନ ପ୍ରାପ୍ତ ହୋଇଛି, ଯେଉଁଥିପାଇଁ ମୁଁଁ ସେମାନଙ୍କୁ ଧନ୍ୟବାଦ ଦେଉଛି । କିନ୍ତୁ ଗତ କିଛିଦିନ ହେବ, ଏକ ଚିନ୍ତା ମୋତେ ବ୍ୟସ୍ତ କରୁଛି । ମୁଁ ଭାବୁଥିଲି, ଜଣେ କେବଳ ନିଜ ପାଇଁ ଧନ ଏବଂ ଖ୍ୟାତି ଅର୍ଜନ କରିବା ପାଇଁ ଜନ୍ମ ନେଇଥାଏ କି? ଅସହାୟ କିମ୍ବା ଅଭାବୀ ଲୋକମାନଙ୍କୁ ସେବା କରିବା କିମ୍ବା ସମର୍ଥନ କରିବା ଏକ ନୈତିକ ଦାୟିତ୍ୱ ନୁହେଁ କି? କୌଣସି ମୂହୁର୍ତ୍ତରେ ମୃତ୍ୟୁ ଆସିପାରେ ଏବଂ ମୃତ୍ୟୁ ପରେ ଆମର କଣ ହେବ, ଏ ବିଷୟରେ ମଣିଷ ଭାବିବା ଉଚିତ ନୁହେଁ କି? ମୃତ୍ୟୁ ପରେ ମୋର କଣ ହେବ? ଏହି ପ୍ରଶ୍ନର ଉତ୍ତର ମୁଁ ଅନେକ ବର୍ଷ ହେଲାଣି ଖୋଜୁଛି ଏବଂ ମୁଁ ଆଜି ଘୋଷଣା କରୁଛି ଯେ ଆଜିଠାରୁ ମୁଁ ଫିଲ୍ମ ଇଣ୍ଡଷ୍ଟ୍ରିରୁ ସବୁଦିନ ପାଇଁ ବିଦାୟ ନେଇ ମାନବିକତାର ସେବା କରିବା ଏବଂ ମୋର ସୃଷ୍ଟି କର୍ତ୍ତାଙ୍କ ଆଦେଶ ପାଳନ କରିବା ପାଇଁ ମୁଁ ନିଷ୍ପତି ନେଇଛି, ବୋଲି ସନା ଖାନ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି ।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0