ନବରଙ୍ଗପୁର: ମଦୁଆଙ୍କୁ ଗାଁ ମଝି ଖୁଣ୍ଟରେ ବାନ୍ଧି ଦଣ୍ଡ ଦେଲେ ଗ୍ରାମବାସୀ। ଗାଁ ଭିତରକୁ ମଦୁଆଙ୍କୁ ପ୍ରବେଶ ନିଷେଧ ଜାରି କରି ମଦମୁକ୍ତ ଗ୍ରାମ କରିବାକୁ ନିଷ୍ପତି ନେଇଥିଲେ ଗ୍ରାମବାସୀ ଜ୍ଝ ଏଭଳି ସ୍ଥଳେ ଗତକାଲି ୨ଜଣ ମଦ୍ୟପ ମଦ୍ୟ ପାନ କରି ଗାଁ ଭିତରକୁ ପ୍ରବେଶ କରିବାରୁ ଗାଁ ଲୋକେ ମିଶି ଦୁଇ ମଦ୍ୟପ କୁ ଗାଁ ମଝି ଦାଣ୍ଡରେ ଖୁଣ୍ଟରେ ବାନ୍ଧି ରଖିଥିଲେ। ପରେ କୋଡୀଙ୍ଗା ପୋଲିସ ପହଁଚି ଉଭୟଙ୍କୁ ଉଦ୍ଧାର କରିଥିଲା ଜ୍ଝ ଏହିଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ସର୍ଗିଗୁଡା ଗାଁରେ । ଗାଁ ଲୋକଙ୍କ ନିଷ୍ପତି ଅନୁଯାଇ ଗାଁରେ କାହାରିକୁ ମଦ ବିକ୍ରି କରିବାକୁ ଅନୁମତି ଦିଆଯିବ ନାହିଁ କି ମଦ ପିଇ କେହିବି ସର୍ଗିଗୁଡା ଗାଁକୁ ପ୍ରବେଶ କରିବେ ନାହିଁ । ନିୟମର ଉଲଘଂନ ଯଦି କିଏ କରେ ତାହେଲେ ପ୍ରଥମ ଭୁଲରେ ୧ ହଜାର ଟଙ୍କା ଜରିମାନା ଦେବାକୁ ପଡିବ। ଦ୍ବିତୀୟ ଭୁଲରେ ଗାଁ ମଝି ଖୁଣ୍ଟରେ ବନ୍ଧା ହେବ। ଏହି ଭଳି ଦ୍ବିତୀୟ ଭୁଲ କରିଥିବା ଦୁଇ ଜଣ ଲୋକଙ୍କୁ ଖୁଣ୍ଟରେ ବାନ୍ଧିଥିଲେ ଗ୍ରାମବାସୀ। ଯାହାଙ୍କୁ କଡ଼ିଙ୍ଗା ଥାନା ଅଧିକାରୀ ଉଦ୍ଧାର କରିଥିଲେ। ଗ୍ରାମବାସୀ ମାନେ ଏହିଭଳି ନିୟମ କରିବା ଦିନଠାରୁ ଗାଁରେ ମଦୁଆ ମାନଙ୍କ ଦୌରାତ୍ମ୍ କମିବାରେ ଲାଗିଛି।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0