ନୂଆଦିଲ୍ଲୀ: ଆଜି ଭାରତ ସଫଳତାର ସହ ତା’ର ପ୍ରଥମ ଆଣ୍ଟି-ରେଡିଏସନ୍ କ୍ଷେପଣାସ୍ତ୍ର ରୁଦ୍ରମ୍-୧ର ସଫଳ ପରୀକ୍ଷା କରିଛି। ଶତ୍ରୁର ରାଡାର ଏବଂ ସର୍ଭିଲେନସ ସିଷ୍ଟମ ଧ୍ବଂସ କରିବା ନିମନ୍ତେ ଭାରତୀୟ ବାୟୁସେନା ଏହି କ୍ଷେପଣାସ୍ତ୍ରକୁ ସୁଖୋଇ-୩୦ଏମକେଆଇ ଲଢୁଆ ଜେଟରୁ ନିକ୍ଷେପ କରିପାରିବ। ଏହି ନୂତନ ପିଢ଼ିର ଅସ୍ତ୍ରଟି ଡିଆଡିଓ ଦ୍ବାରା ବିକଶିତ କରାଯାଇଛି । ପୂର୍ବାହ୍ନ ପ୍ରାୟ ୧୦.୩୦ ମିନିଟରେ ଏହାକୁ ବଙ୍ଗୋପସାଗର ଅନ୍ତର୍ଗତ ଓଡ଼ିଶା ଉପକୂଳର ବାଲେଶ୍ବର ଠାରେ ଥିବା ଅସ୍ଥାୟୀ ଟେଷ୍ଟ୍ ରେଞ୍ଜରୁ ନିକ୍ଷେପ କରାଯାଇଥିଲା। ଏହି କ୍ଷେପଣାସ୍ତ୍ର ୫୦୦ ମିଟରରୁ ୧୫ କିଲୋମିଟର ଉଚ୍ଚରୁ ୨୫୦ କିଲୋମିଟର ଦୂରରେ ଥିବା ଲକ୍ଷ୍ୟ ଭେଦ କରିପାରିବ। ଏଥିସହ କ୍ଷେପଣାସ୍ତ୍ର ଶବ୍ଦର ଗତି ଠାରୁ ଦୁଇ ଗୁଣ ଅଧିକ ବେଗରେ ଗତି କରିବ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0