spot_img

ବାରହା ମାଂସ ସହ ଦୁଇ ଶିକାରୀ ଗିରଫ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ ସେକ୍ସନ କେଞ୍ଚୁଡି ଗ୍ରାମ ଜଙ୍ଗଲରେ ବାରହା ଶିକାର କରୁଥିବା ବେଳେ ଦୁଇ ଶିକାରୀଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ । ଅଟକ ଶିକାରୀ ଓ ମାଂସକୁ ଗ୍ରାମବାସୀମାନେ ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି । ଫଳରେ ବନ ବିଭାଗ ଦୁଇ ଜଣଙ୍କୁ ଗିରଫ କରି ମାଂସକୁ ଜବତ କରିଛି ।

ଏହି ଅଞ୍ଚଳରେ ଅନେକ ସମୟରେ ବିଦ୍ୟୁତ ତାରରେ କରେଣ୍ଟ ଦ୍ବାରା ଜନ୍ତୁ ଶିକାର କରୁଥିବା ଅଭିଯୋଗ ହେଉଥିଲା । ଯାହା ଫଳରେ ଗ୍ରାମବାସୀ ସଜାଗ ରହି ଶିକାରୀଙ୍କୁ ଧରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular