spot_img

ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ବାଇକ୍ ଆରୋହୀ ମୃତ

ଦେବଗଡ :  ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ତେଲିମୁଣ୍ଡା ଛକଠାରେ ଟ୍ରାକ୍ଟର ଓ ମଟର ସାଇକେଲ ମୁହାଁମୁହିଁ ଧକ୍କା ହୋଇଛି । ଘଟଣାସ୍ଥଳରେ ମଟର ସାଇକଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସୁନ୍ଦରଗଡ ଅଞ୍ଚଳର ଇଞ୍ଜିନିୟର ସୁମନ୍ତ କୁମାର ଗଡତିଆ । ସେ ରେଙ୍ଗାଳିଠାରେ ଏକ ବେସରକାରୀ ରାସ୍ତା ନିର୍ମାଣକାରୀ ସଂସ୍ଥାରେ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ । ଦୁର୍ଘଟଣା ପରେ ୫୩ ନମ୍ବର ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।

 

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular