କଟକ : ସ୍ତ୍ରୀଙ୍କ ଚିକିତ୍ସା ପାଇଁ ପୁରୀରୁ କଟକ ଆସିବାକୁ ପାଖରେ ଅଟୋ ଭଡ଼ା ନଥିଲାବେଳେ ସରକାରୀ ଆମ୍ବୁଲାନ୍ସ ମଧ୍ୟ ମିଳିଲାନି। ସେଥିପାଇଁ ବାଧ୍ୟ ହୋଇ ରୋଗୀଣା ସ୍ତ୍ରୀକୁ ଟ୍ରଲିରେ ବସାଇ କଟକ ଆଣିଛନ୍ତି ସ୍ୱାମୀ କବିର ଭୋଇ।ସମାଜସେବୀ ଅଭିମନ୍ୟୁ ଦାସଙ୍କ ସହାୟତାରେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ସ୍ତ୍ରୀ ସୁକାନ୍ତି ଦୀର୍ଘ ଦିନଧରି ଅସୁସ୍ଥତା ଅନୁଭବ କରୁଥିଲେ। ସେ ସାକ୍ଷୀଗୋପାଳସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କୁ ଦେଖାଇଥିଲେ। ଦେହରେ ରକ୍ତ ନଥିବାରୁ ତାଙ୍କୁ ସେଠାରେ ପ୍ରଥମେ ୫ଦିନ ଚିକିତ୍ସା କରାଯାଇଥିଲା। କିନ୍ତୁ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସି ନଥିଲା । ତାଙ୍କୁ କଟକ ବଡ ମେଡିକାଲକୁ ଯିବାକୁ ପରାମରର୍ଶ ଦିଆଯାଇଥିଲା । ଏତେ ବାଟ ଯିବାକୁ ଆମ୍ବୁଲାନ୍ସ ବୁଝିଥିଲେ । ହେଲେ କେହି ରାଜି ହୋଇନିଥିଲେ । ଅନ୍ୟ ଗାଡି ବୁଝିଥିଲେ କିନ୍ତୁ ଏତେ ଟଙ୍କା ଦେବାକୁ ସେ ଅକ୍ଷମ ଥିଲେ । ତେଣୁ ବାଧ୍ୟ ହୋଇ ସେ ୫୦ ଟଙ୍କାରେ ଟ୍ରଲି ଭଡା କରି ସୁକାନ୍ତିଙ୍କୁ କଟକ ଆଣିଥିଲେ । ଏ ବିଷୟରେ ସ୍ବେଚ୍ଛାସେବୀ ଅଭିମନ୍ୟୁ ଦାସଙ୍କ ସହ ଯୋଗାଯୋଗ କରାଯିବାରୁ ସେମାନଙ୍କୁ ଅଟୋରେ ବଡ଼ ମେଡିକାଲକୁ ପଠାଯାଇଥିଲା।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0