spot_img

ପ୍ରସିଦ୍ଧ କନ୍ନଡ ଚଳଚ୍ଚିତ୍ର ନିର୍ଦେଶକ ବିଜୟ ରେଡ୍ଡିଙ୍କ ପରଲୋକ

ବାଙ୍ଗାଲୋର: ପ୍ରସିଦ୍ଧ କନ୍ନଡ ଚଳଚ୍ଚିତ୍ର ନିର୍ଦେଶକ ବିଜୟ ରେଡ୍ଡିଙ୍କ ଆଜି ମୃତ୍ୟୁ ଘଟିଛି । ମୃତ୍ୟୁ ବେଳେ ତାଙ୍କୁ ୮୪ ବର୍ଷ ହୋଇଥିଲା । ତାଙ୍କର ମୃତ୍ୟୁର ଖବର ପାଇ ସମଗ୍ର କନ୍ନଡ ଚଳଚ୍ଚିତ୍ର ଇଣ୍ଡ୍ରଷ୍ଟ୍ରିର ତାରକାଙ୍କ ଠାରୁ ଆରମ୍ଭ କରି ଗଣମାଧ୍ୟମ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳି ଉଠିଛି । ବିଜୟ ରେଡ୍ଡି ୫୦ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି । ସେଥିମଧ୍ୟରୁ ୪୮ଟି କନ୍ନଡ ଚଳଚ୍ଚିତ୍ର ରହିଛି । ୧୯୭୩ ମସିହାରେ କନ୍ନଡ ଚଳଚ୍ଚିତ୍ର ‘ଗାନ୍ଧାରା ଗୁଡି’ ନାମକ ଚଳଚ୍ଚିତ୍ରରେ ସେ ନିଦେ୍ର୍ଦଶନା ଦେଇଥିଲେ । ତେବେ ତାଙ୍କର ନିର୍ଦେଶିତ ଏହି ଫିଲ୍ମ କନ୍ନଡ ଇଣ୍ଡଷ୍ଟ୍ରିର ବହୁ ଚର୍ଚ୍ଚିତ ଫିଲ୍ମ ଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular