ପୁରୀ : ପୁରୀ ବେଳାଭୂମିକୁ ମିଳିଲା ଵ୍ଲୁ ଫ୍ଲାଗ୍ ବିଚର ମାନ୍ୟତା। ଫଳରେ ବିଶ୍ୱସ୍ତରରେ ପୁରୀ ବେଳାଭୂମିର ମାନ୍ୟତା ବୃଦ୍ଧି ପାଇଛି। ପୁରୀ ତଥା ରାଜ୍ୟ ପାଇଁ ଏହା ଗର୍ବ ଆଣିଦେଇଥିବା ବେଳେ ପର୍ଯ୍ୟଟକ ମାନେ ଭୂୟସୀ ପ୍ରଶଂସା କରିଛନ୍ତି। ଡେନମାର୍କର ଫେଡେରେସନ୍ ଅଫ୍ ଏନଭରମେଣ୍ଟାଲ୍ ଏଜୁକେସନ ଆନ୍ତର୍ଜାତିକ ଜୁରୀ ପୁରୀ ବେଳାଭୂମିକୁ ଵ୍ଲୁ ଫ୍ଲାଗ ମାନ୍ୟତା ପ୍ରଦାନ କରିଛନ୍ତି। ଏଥିପାଇଁ ପୁରୀ ସହରବାସୀ, ଗଣମାଧ୍ୟମ ପ୍ରତିନିଧି ଓ ସହଭାଗୀମାନଙ୍କୁ ଜିଲ୍ଲାପାଳ ଧନ୍ୟବାଦ ଜଣାଇଛନ୍ତି।
ଦୀର୍ଘ ଦେଢ଼ ବର୍ଷର ପରିଶ୍ରମ ଆଜି ସାକାର ହୋଇଛି। ବେଳାଭୂମି ଵ୍ଲୁ ଫ୍ଲାଗ୍ ବିଚର ମାନ୍ୟତା ପାଇଛି। ଏଥିପାଇଁ ୧୫କୋଟି ଟଙ୍କା ଖର୍ଚ୍ଚ ହୋଇଛି । ବେଳାଭୂମିରେ ସାର୍ବଜନୀନ ଶୌଚାଳୟ, ଚେଜିଂ ଓ ଶାଓ୍ଵାର ରୁମ, ଓ୍ଵାଚ୍ ଟାଓ୍ଵାର, ସୋଲାର ଲାଇଟିଂ ସିଷ୍ଟମ, ବସିବା ବ୍ୟବସ୍ଥା, ସୁରକ୍ଷିତ ସୁଇମିଂ ଜୋନ ବ୍ୟତୀତ ପ୍ରଦୂଷଣ ନିୟନ୍ତ୍ରଣ, ସମୁଦ୍ରକୂଳ ସୁରକ୍ଷା ତଥା ଭିତ୍ତିଭୂମିର ବିକାଶ ପାଇଁ ଏହି ଅର୍ଥ ଖର୍ଚ୍ଚ କରାଯାଇଛି।
ଆର୍ନ୍ତଜାତୀୟ ବେଳାଭୂମି ସଫେଇ ଦିବସ ଅବସରରେ ଦେଶର ୮ଟି ବେଳାଭୂମିରେ ଉଡିଥିଲା ଆଇ ଆମ୍ ସେଭିଂ ମାଇଁ ବିଚ୍ ଫ୍ଲାଗ୍। ଆଜି କେନ୍ଦ୍ର ପରିବେଶ ଓ ଜଙ୍ଗଲ ବିଭାଗ ପକ୍ଷରୁ ଏହି ୮ ଟି ବେଳାଭୂମି ମଧ୍ୟରେ ପୁରୀ ସାମିଲ। ଏହି ମାନ୍ୟତା ପାଇବାରେ ଦେଶର ଅନ୍ୟ ସାତ ବେଳାଭୂମିରେ ଗୁଜରାଟର ଶିବରାଜପୁର, ଡିଉର ଘୋଘଲା, କର୍ଣ୍ଣାଟକର କାସରକୋଡ, କର୍ଣ୍ଣାଟକର ପଦୁବିଦ୍ରୀ, କେରଳର କପ୍ପଡ, ଆନ୍ଧ୍ର ପ୍ରଦେଶର ରୁଷିକୋଣ୍ଡା ଓ ଆଣ୍ଡାମାନର ରାଧାନଗର।
ପୁରୀ ଗୋଲଡେନ୍ ବିଚ୍ରେ ଆଜି ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଆଇ ଆମ୍ ସେଭିଂ ମାଇ ବିଚ୍ ଫ୍ଲାଗ୍ କୁ ଉତ୍ତୋଳନ କରାଯାଇଥିଲା। ଗାନ୍ଧୀଘାଟ ଠାରୁ ହୋଟେଲ ମେଫେୟାର ପର୍ଯ୍ୟନ୍ତ ୯୦୦ ମିଟର ଅଞ୍ଚଳକୁ ପାଇଲଟ୍ ବ୍ଲୁ ଫ୍ଲାଗ ବିଚ୍ ଭାବେ ଚିହ୍ନଟ କରି ଉନ୍ନତିକରଣ କାର୍ଯ୍ୟ କରାଯାଇଥିଲା। ୧୫୦ ମିଟର ଲମ୍ବ ଓ ୩୫ ମିଟର ଓସାରର ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଗାଧାଇବା ଓ ପହଁରିବା ପାଇଁ ନିରାପଦ ସ୍ଥାନ ଭାବରେ ଚିହ୍ନଟ କରାଯାଇଛି।
ଏହି ଅଞ୍ଚଳରେ ଜଳର ଉତ୍ତମ ଗୁଣବତ୍ତା, ଜୀବନ ସୁରକ୍ଷା ଏବଂ ପରିବେଶ ପରିଚାଳନାର ମାନ ସହିତ ପରିବେଶ ଶିକ୍ଷାର ସଚେତନତା ସୃଷ୍ଟି କରାଯାଉଛି। ମାତ୍ର ୨୦ ଟଙ୍କାର ଟିକେଟରେ ୩ ଘଣ୍ଟା ଓ ୫୦ ଟଙ୍କାର ଟିକେଟରେ ଦିନ ତମାମ ପର୍ଯ୍ୟଟକ ବ୍ଲୁ ଫ୍ଲାଗ ବିଚରେ ସମସ୍ତ ପ୍ରକାର ସୁବିଧା ପାଇ ପାରିବେ।



Visitors Today : 3
Total Visitors : 130429
Total Views : 9891960
Visitors Online Now : 0