spot_img

ବାଙ୍ଗାଲୋରକୁ ଭେଟିବ ଆଜି କଲିକତା

ଦୁବାଇ: ଚଳିତ ବର୍ଷ ଆଇପିଏଲ ସଂସ୍କରଣ-୧୩ର ଆଜି ୨୮ତମ ମ୍ୟାଚ । ସାରଜାରେ କଲିକତା ନାଇଟ ରାଇଡର୍ସକୁ ପରାସ୍ତ କରିବା ଲକ୍ଷରେ ପଡିଆକୁ ଓହ୍ଲାଉଛି ଆଜି ବାଙ୍ଗାଲୋର । କ୍ୟାପଟେନ ବିରାଟ ପୁଣିଥରେ ଆଜି ତାଙ୍କ ବ୍ୟାଟିଂର ଯାଦୁ ଦେଖେଇବେ ବୋଲି ଆରସିବି ସମର୍ଥକ ଆଶା ବାନ୍ଧିଛନ୍ତି । ଅନ୍ୟପଟେ କଲିକତା ପୂର୍ବ ଦୁଇଟି ମ୍ୟାଚକୁ ଜିତି ତା’ର ବିଜୟ ଅଭିଯାନକୁ ପୁଣିଥରେ ଆରମ୍ଭ କରିଛି । ତେବେ ଆଜିର ମ୍ୟାଚ ଆଇପିଏଲ ଲଢେଇର ଅନ୍ୟତମ ଆକର୍ଷଣ ହେବାକୁ ଯାଉଛି । ଦିନେଶ କାର୍ତ୍ତୀଙ୍କ ନେତୃତ୍ୱାଧିନ କଲିକତା ନାଇଟ ରାଇର୍ଡସର ବିସ୍ଫୋରକ ଓପନିଂ ବ୍ୟାଟସମ୍ୟାନ ଶୁଭମାନ ଗିଲ ଓ ଇୟାନ ମୋର୍ଗାନ ଚମକ୍ରାର ଫର୍ମରେ ଅଛନ୍ତି । ପୂର୍ବ ମ୍ୟାଚରେ କ୍ୟାପଟେନ କାର୍ତ୍ତୀକ ଓ ସୁଭମ ଗିଲଙ୍କ ଧୁଆଁଧାର ବ୍ୟାଟିଂ ଫଳରେ କଲିକତା ମ୍ୟାଚକୁ ସହଜରେ ଜିତି ପାରିଥିଲା । ତେବେ ଷ୍ଟାର ପ୍ଲେୟାର ଆଣ୍ଡ୍ରେ ରସେଲଙ୍କ ବ୍ୟାଟିଂର ଯାଦୁ ଏପର୍ଯ୍ୟନ୍ତ ଦର୍ଶକଙ୍କୁ ଦେଖିବାକୁ ମିଳିନାହିଁ । ସେହିପରି ଦ୍ରୁତ ବୋଲର ନାଗରକୋଟି ଓ ଶୁଭମ ମାଭି ପୂର୍ବ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ । ଅନ୍ୟପଟେ ଦଳର ସ୍ପିନର ଭାବେ କୂଳଦୀପ ଯାଦବ ରହିଛନ୍ତି । ତେବେ ବିରାଟଙ୍କ ଆହ୍ୱାନକୁ ସ୍ୱିକାର କରି ପଡିଆକୁ ଓହ୍ଲାଇଛି ଆଜି କଲିକତା । ସେହିପରି ବିରାଟ କୋହଲିଙ୍କ ନେତୃତ୍ୱାଧିନ ରୟାଲ୍ସ ଚ୍ୟାଲେଞ୍ଜର ବାଙ୍ଗାଲୋର ଟିମ ପୂର୍ବ ମ୍ୟାଚରେ ଚମକ୍ରାର ପ୍ରଦର୍ଶନ କରିଛି । ଏହି ମ୍ୟାଚରେ କ୍ୟାପଟେନ କୋହଲି ତାଙ୍କ ବ୍ୟାଟିଂର ଯାଦୁ ଦର୍ଶକଙ୍କୁ ଦେଖାଇପାରିଥିଲେ । ଷ୍ଟାର ପ୍ଲେୟାର ଭାବେ ଦଳରେ ଏବି.ଡ଼ିଭିଲର୍ସ, ଆରୋନ ଫିଞ୍ଚଙ୍କ ଭଳି ବିସ୍ଫୋରକ ବ୍ୟାଟସମ୍ୟାନ ଅଛନ୍ତି । ସେହିପରି ବୋଲିଂ ବିଭାଗରେ ଡ଼େଲ ଷ୍ଟେନ, ଉମେଶ ୟାଦବ ଓ ନମଦ୍ୱୀପ ସାଇନି ଭଳି ପ୍ରମୁଖ ବୋଲର ଅଛନ୍ତି । ଯାହାକି ଟିମର ଜିତିବା ଆଶାକୁ ଉଜ୍ଜଳ କରିଛି । ତେବେ ଅଭିଜ୍ଞ ବିରାଟ କୋହଲି ଓ କଲିକତା ଅଧନାୟକ ଦିନେଶ କାର୍ତ୍ତୀଙ୍କ ମଧ୍ୟରେ ଆଜି କଡ଼ା ଟକ୍କର ହେବାକୁ ଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular