ଓଡ଼ିଶାରେ ମୌସୁମୀ ବର୍ଷା ଏବେ ସ୍ବାଭାବିକ ଥିଲେ ମଧ୍ୟ ବର୍ଷାର ପରିମାଣ କମ୍ ରହିଛି । ମୌସୁମୀ ଟ୍ରାଫ୍ ଏବେ ଉତ୍ତର ଆଡ଼କୁ ଗତ କରୁଛି। ଏହି ସମୟରେ ମୌସୁମୀ ସାଧାରଣତଃ ଦୁର୍ବଳ ରହିଥାଏ । କିଛି ଘଣ୍ଟା ପାଇଁ ଉତ୍ତର-ଦକ୍ଷିଣ ଟ୍ରାଫ୍ ଲାଇନ୍ ଓଡ଼ିଶା ଉପରେ ରହିଛି । ଏହି କାରଣରୁ ରାଜ୍ୟରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି ।
ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲିଠୁ ରାଜ୍ୟରେ ବର୍ଷାର ପରିମାଣ ଟିକେ ବଢ଼ିବ । କିଛି କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ଆଜି ସକାଳୁ ରାଜଧାନୀରେ କୋହଲା ପାଗ ସାଙ୍ଗକୁ ଝିପ ଝିପ ବର୍ଷା ହେଉଛି । ସେହିପରି ଆଜି କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବୌଦ୍ଧ, ବରଗଡ଼, ବଲାଙ୍ଗୀର, ଅନୁଗୁଳ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ବର୍ଷିବ । ଆସନ୍ତାକାଲି ନୂଆପଡ଼ା, ବଲାଙ୍ଗୀର, ସମ୍ବଲପୁର ଓ ମାଲକାନଗିରି ଆଦି ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଗତ ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0