ନୂଆଦିଲ୍ଲୀ: ହାନୀକାରକ କୁହାଯାଉଥିବା ବନ୍ୟପ୍ରାଣୀଙ୍କୁ ନିର୍ବିଚାର ଓ ନିର୍ଦ୍ଦୟ ଭାବେ କରାଯାଉଥିବା ହତ୍ୟା ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କରି ଓଡ଼ିଶାର କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ସୁପ୍ରିମ୍ କୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ସାଂସଦଙ୍କର ଏହି ପଦକ୍ଷେପକୁ ଭାରତର ସର୍ବବୃହତ୍ ପ୍ରାଣୀ ମଙ୍ଗଳ ସଂଗଠନ ‘ପିପୁଲ୍ ଫର୍ ଆନିମଲସ ଆଣ୍ଡ୍ ହ୍ୟୁମେନ୍ ସୋସାଇଟି ଇଣ୍ଟର୍ନ୍ୟାସ୍ନାଲ୍’ ପ୍ରଶଂସା କରିଛି।

ନୀଳଗାଈ, ପାତି ମାଙ୍କଡ଼ ଏବଂ ବନ୍ୟ ବରାହ ଆଦି ଜନ୍ତୁଙ୍କୁ ମାରିବାକୁ ବିହାର, ହିମାଚଳ ପ୍ରଦେଶ ଏବଂ କେରଳ ଭଳି ରାଜ୍ୟ ଆର୍ଥିକ ପ୍ରୋତ୍ସାହନ ଦେଉଛନ୍ତି। ଫଳରେ ଫାଶ, ତାର ଯନ୍ତା, ବିସ୍ଫୋରକ ଏବଂ ବିଷ ମିଶ୍ରିତ ଖାଦ୍ୟ ପ୍ରଲୋଭନରେ କେତେକ ପ୍ରାଣୀ ଓ ଜଣେ ଶିଶୁର ମୃତ୍ୟୁ ରିପୋର୍ଟକୁ ଆଧାର କରି ଏହି ପିଟିସନ୍ ଦାଏର କରାଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଏସବୁ ଘଟୁଥିବା ତାଙ୍କ ପିଟିସନ୍ରେ ଦର୍ଶାଇଛନ୍ତି । ବିଶେଷତଃ, ଜୀବହତ୍ୟାକୁ ଉତ୍ସାହ ଓ ପ୍ରୋତ୍ସାହନ ଦେଉଥିବା ରାଜ୍ୟ ସରକାରମାନଙ୍କୁ ଏସବୁ ବନ୍ଦ କରିବା ଲାଗି ନିର୍ଦେଶନାମା ଜାରି କରିବାକୁ ଏହି ପିଟିସନ୍ରେ ଅନୁରୋଧ କରାଯାଇଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0