ଭୁବନେଶ୍ୱର : କରୋନା ଦାଉ ସାଙ୍ଗକୁ ରାଜଧାନୀରେ ଏବେ ଆକାଶଛୁଆଁ ପରିବା ଦର। ସବୁଜ ପନିପରିବାରେ ହାତ ମାରିବା ପୂର୍ବରୁ ପକେଟ୍ ଦେଖିବା ପଡ଼ୁଛି। ଖାଲି ପରିବା ନୁହେଁ ବୋଝ ଉପରେ ନଳିତା ବିଡ଼ା ଭଳି ଆଳୁ, ପିଆଜ, ଡାଲିର ମହଙ୍ଗା ମାଡ଼ ଖାଉଟିଙ୍କ ଚିନ୍ତା ବଢ଼ାଉଛି।
ବର୍ଷ ସରିବାକୁ ହେଲାଣି। ହେଲେ ଏ ଯାଏ କରୋନା ମହାମାରୀ ପିଛା ଛାଡ଼ିନି। ଶଟଡାଉନ୍, ଲକଡାଉନ ଭିତରେ ଆର୍ଥିକ ମନ୍ଦାବସ୍ଥା ଦେଖାଦେଇଥିବା ବେଳେ ଲୋକଙ୍କ ଆମଦାନୀ କମିଛି। ଅନେକେ ଚାକିରି ମଧ୍ୟ ହରାଇଛନ୍ତି। ଏବେ ଅନଲକ ପରେ ଜୀବନଶୈଳୀ ସୁଧାରିବା ପାଇଁ ଚେଷ୍ଟା କରୁଛନ୍ତି ଲୋକେ। ହେଲେ ମହଙ୍ଗା ମାଡ଼ ମଧ୍ୟବିତ ଓ ଗରିବଙ୍କୁ ସଳଖିବାକୁ ଦେଉନି। ଚାରିଆଡ଼ୁ ମହଙ୍ଗା ମାଡ଼ ସହୁଛନ୍ତି ଗ୍ରାହକ। ବଜାରରେ କୌଣସି ପରିବାର ଦର ୫୦ଟଙ୍କା ତଳକୁ ନାହିଁ। ୫୦୦ ଟଙ୍କାରେ ଭରୁନି ପରିବା ବ୍ୟାଗ୍।
ବାଇଗଣ ସର୍ବନିମ୍ନ ୫୦-୬୦ ଟଙ୍କାରୁ ଆରମ୍ଭ କରି କେତେକ ସ୍ଥାନରେ ୧୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ସେହିପରି ଟମାଟୋ, ଭଣ୍ଡା, ବିନ୍ସ, ତଥା ଅନ୍ୟାନ୍ୟ ପରିବା କଥା ନ କହିବା ଭଲ। ଏପଟେ କିଲୋ ପ୍ରତି ୩୫ରୁ ୪୦ ଟଙ୍କାରେ ବିକ୍ରି ହେଉଛି ଆଳୁ। ସେହିପରି ବଜାରରେ ସର୍ବନିମ୍ନ ୫୦ଟଙ୍କାରେ ମିଳୁଛି ୧ କେଜି ପିଆଜ। କିଲୋ ପ୍ରତି ୧୨୦ରୁ ୧୩୦ଟଙ୍କାରେ ହରଡ଼ ଡାଲି କିଣୁଛନ୍ତି ଗ୍ରାହକ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0