ପ୍ୟୋଙ୍ଗୟଙ୍ଗ: ଉତ୍ତର କୋରିଆ ଶାସକ କିମ ଜୋଙ୍ଗ ଆଜି ନିଜ ଦେଶର ଜନତା ସାମ୍ନାରେ କ୍ଷମା ମାଗିଛନ୍ତି । ତେବେ ଏହି ସମୟରେ ତାଙ୍କ ଆଖିରୁ ଲୁହ ଝରି ଆସିଥିଲା । ତାନଶାହା କିମ୍ ଜନତାଙ୍କୁ କହିଛନ୍ତି ଯେ, ସେ କରୋନା ମହାମାରୀ ସମୟରେ ନିଜର ଜନତାଙ୍କ ସହ ସେ ଛିଡା ହୋଇପାରି ନାହାନ୍ତି । ଏଥିପାଇଁ କ୍ଷମା ମାଗୁଛି। ଅନ୍ୟପଟେ ନିଜ ପାର୍ଟିର ୭୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ୟ୍ୟକ୍ରମକୁ ସମ୍ବୋଧିତ କରି କିମ ଜୋଙ୍ଗ ଉନ ଭାବବିହ୍ଵଳ ହୋଇ ପଡିଥିଲେ। ତେବେ କିମ ଜୋଙ୍ଗ ନିଜ ଭାଷଣରେ ସ୍ଵୀକାର କରିଛନ୍ତି ଯେ, ସେ ଉତ୍ତର କୋରିଆ ଜନତାଙ୍କ ବିଶ୍ଵାସ ଜିଣି ପାରି ନାହାନ୍ତି। ଏଥିପାଇଁ ସେ କ୍ଷମା ମାଗୁଛନ୍ତି। ଏତିକି କହି କିମ ଜୋଙ୍ଗ ଉନ କୋହ ସମ୍ଭାଳି ପାରିନଥିଲେ ଏବଂ ଚଷମା କାଢି ଲୁହ ପୋଛିଥିଲେ। ସେ ନିଜର ପୂର୍ବଜଙ୍କ ମହାନ କାମକୁ ମନେ ପକାଇ କହିଛନ୍ତି, ଯଦିଓ ମୋତେ ଏହି ଦେଶକୁ ଚଳାଇବାର ଦାୟିତ୍ଵ ଦିଆଯାଇଥିଲା, ତଥାପି ମୋର ପ୍ରୟାସ ଓ ସଚ୍ଚୋଟତା ମୋ ଦେଶର ଜନତାଙ୍କ ସମସ୍ୟାକୁ କମ କରିବା ପାଇଁ ପର୍ୟ୍ୟାପ୍ତ ନୁହେଁ । ଏପରି କରିବା ଦ୍ୱାରା କିମ ଜୋଙ୍ଗ ସାରା ବିଶ୍ୱର ଧ୍ୟାନକୁ କେନ୍ଦ୍ରିଭୁତ କରିଛନ୍ତି ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0