କଳାହାଣ୍ଡି: କଳାହାଣ୍ଡି ଲାଞ୍ଜିଗଡ଼ ବ୍ଲକରେ ପୁଣି ହାତୀ ଉପଦ୍ରବ । ୨୫ରୁ ଉର୍ଦ୍ଧ୍ୱ ହାତୀ ୨ଟି ଘର ଭାଙ୍ଗିବା ସହ ଧାନ ଓ ଅନ୍ୟାନ୍ୟ ଫସଲ ନଷ୍ଟ କରିଛନ୍ତି । କିଡିଙ୍ଗର ଧରମକାଁଣି ଜଙ୍ଗଲରୁ ହାତୀପଲ ଆସି କାଚିଲି ଗାଁର ବାହାଦୂର ଶବର ଓ କେଶବ ଶବରଙ୍କ ଘର ଭାଙ୍ଗିବା ପରେ ଧାନ, ମାଣ୍ଡିଆକୁ ନଷ୍ଟ କରିଛନ୍ତି । ୧୬ ଟିକିଆ ହାତୀପଲ ଲାଞ୍ଜିଗଡ଼ ରୋଡ ପଞ୍ଚାୟତର କିଡିଙ୍ଗ ବିଟ ଧରମକାଁଣି ଜଙ୍ଗଲ ଆଡକୁ ମୁହାଁଇ ଥିଲାବେଳେ ଅନ୍ୟ ଏକ ଦଳ ୧୩ ଟିକିଆ ହାତୀପଲ ଲାଞ୍ଜିଗଡ଼ରୋଡ଼ ବିଟ ଲାଞ୍ଜିପଦରଠାରେ ଥିବା ସୂଚନା ମିଳିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0