ନୂଆଦିଲ୍ଲୀ: ମହାମାରୀ କରୋନା ବ୍ୟାପିବାର କିଛି ମାସ ପରେ କିଛି ସ୍ଥାନରେ ଲକ୍ ଡାଉନ୍ କୋହଳ କରାଯାଇଛି । ଦିନକୁ ଦିନ କରୋନା ପ୍ରକୋପ ବୃଦ୍ଧି ପାଇବା ଯୋଗୁଁ ବଲିଉଡ଼ ତାରକାମାନେ ଖୁବ୍ କମ୍ ନଜରକୁ ଆସୁଥିଲେ ମଧ୍ୟ ସୋସିଆଲ ମିଡ଼ିଆରେ ସକ୍ରିୟ ଅଛନ୍ତି । ପ୍ରଶଂସକଙ୍କ ସହ ନିଜର ଭାବନା ସେୟାର କରିବା ସହ ବିଭିନ୍ନ ପ୍ରଶ୍ନ ଉତ୍ତର ନିୟମିତ ଭାବେ ଦେଉଛନ୍ତି । ନିକଟରେ ଅଭିନେତା କାର୍ତ୍ତିକ ଆର୍ୟ୍ୟନ୍ ନିଜ ବିବାହ ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତର ମଜାଦାର ଢ଼ଙ୍ଗରେ ଦେଇଛନ୍ତିି । ବିବାହ ପାଇଁ ଏହି ସମୟ ପ୍ରକୃଷ୍ଟ ଓ ଖର୍ଚ୍ଚ ମଧ୍ୟ କମ୍ ହେବ ବୋଲି ସେ କହିଛନ୍ତି । ସେମିତି ଅନ୍ୟ ଜଣେ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି କି ଲକଡାଉନ୍ ଭିତରେ ମୁଁ ପିଲାର ବାପା ବି ହେଇଯିବି । ଶେଷଥର ପାଇଁ ସେ ଫିଲ୍ମ ‘ଲଭ୍ ଆଜକଲ’ ରେ ସାରା ଅଲ୍ଲୀ ଖାନଙ୍କ ସହ ନଜର ଆସିଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0