spot_img

‘ସୁଜଳ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସୁବିଧାରେ ସ୍ୱଚ୍ଛ ପିଇବା ପାଣି ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଏକ ନିଆରା ଉଦ୍ୟମ କରିଛନ୍ତି । ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ ଅର୍ଥାତ୍ ସୁଜଳ ଯୋଜନାର ଶୁଭାରମ୍ଭ କରିଛନ୍ତି । ଭିଡିଓ କନଫରେନସିଂ ମାଧ୍ୟମରେ ଏହି ଯୋଜନାର ଶୁଭାରମ୍ଭ ହୋଇଛି । ଯୋଜନା ମାଧ୍ୟମରେ ଭୁବନେଶ୍ୱର ଓ ପୁରୀର ୧୨ଟି ଜୋନରେ ଟ୍ୟାପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯିବ । ଏହା ଦ୍ୱାରା ଦୁଇ ସହରର ପ୍ରାୟ ୨ ଲକ୍ଷ ଲୋକ ଉପକୃତ ହେବେ । ସେହିପରି ରାଜ୍ୟର ୧୫ଟି ସହରରେ ଟ୍ୟାପ ଯୋଗେ ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କାର୍ଯ୍ୟକାରୀ କରାଯିବ । ଏଥିପାଇଁ ଓମବାଡସି ଓ ରାଜ୍ୟ ପାଣ୍ଠିରୁ ୧୩ ଶହ କୋଟି ଟଙ୍କା ବିନିଯୋଗ କରାଯିବ । ଏଥିରେ ୧୫ଟି ସହରର ପ୍ରାୟ ୧୫ ଲକ୍ଷ ଲୋକ ଉପକୃତ ହେବେ । ସେହିପରି ରାଜ୍ୟର ୪ଟି ସହର ଯଥା- ବ୍ରହ୍ମପୁର, ପୁରୀ, ରାଉରକେଲା ଓ ବ୍ରହ୍ମପୁରଠାରେ ୩ ଲକ୍ଷ ଗୃହରେ ପାନୀୟ ଜଳ ମିଟର ସଂଯୋଗ ହେବ । ଏଥିରେ ୨୨ ଲକ୍ଷ ଲୋକ ଉପକୃତ ହେବେ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular