spot_img

ପିକଅପ୍ ଭ୍ୟାନ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ

ବାସୁଦେବପୁର : ଭଦ୍ରକ ଜିଲ୍ଲାରେ ପିକଅପ୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ମୃତ ବ୍ୟକ୍ତି ଜଣଙ୍କ ହେଲେ ପଦ୍ମପୁର ପଞ୍ଚୟତର ରୁକୁଣାଦେଇପୁର ଗ୍ରାମର ଆଲୋକ ବାରିକ୍ । କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକ ରାସ୍ତା ଉପରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଖବରପାଇ ବାସୁଦେବପୁର ପୋଲିସ ଘଟଣାସ୍ଥଳରେ ପହଁଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ ।

ସୂଚନାଯୋଗ୍ୟ ଯେ, ପଦ୍ମପୁର ପଞ୍ଚୟତର ରୁକୁଣାଦେଇପୁର ଗ୍ରାମର ଆଲୋକ ବାରିକ୍ ପଦ୍ମପୁର ଛକକୁ ଔଷଧ କିଣିବାକୁ ଆସିଥିବା ବେଳେ ପଦ୍ମପୁର ଛକଠାରେ ବାସୁଦେବପୁରରୁ ଭଦ୍ରକ ଅଭିମୁଖେ ଦ୍ରୁତଗତିରେ ଆସୁଥିବା ଏକ ପିକଅପ୍ ଭ୍ୟାନ୍ ଆଲୋକକୁ ଧକ୍କା ଦେଇଥିଲା । ପରେ ଗାଡିଟି ନଈ ଭିତକୁ ଓଲଟି ପଡିଥିଲା । ଗୁରୁତର ଅବସ୍ଥାରେ ଆଲୋକକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକେ ଭଦ୍ରକ ଡାକ୍ତରଖାନା ନେଇଯାଇଥିଲେ । ହେଲେ ସେଠାରେ ଆଲୋକକୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular