spot_img

ସପ୍ତଦଶ ଥର ଏନବିଏ ଟ୍ରଫି ଜିତିଛି ଲସଏଞ୍ଜେଲସ ଲେକର୍ସ

ଫ୍ଲୋରିଡା: ପୁଣି ଥରେ ଆମେରିକାର ଲୋକପ୍ରିୟ ବାସ୍କେଟବଲ୍ ଲିଗ୍ (ଏନବିଏ) ଟ୍ରଫି ଜିତିଛି ଲସଏଞ୍ଜେଲସ ଲେକର୍ସ । ଏହି ଟ୍ରଫି ଲସଏଞ୍ଜେଲସ ସପ୍ତଦଶ ଥର ପାଇଁ ଜିତିଛି । ଏଥିସହ ଲେକର୍ସ ସର୍ବାଧିକ ସଂଖ୍ୟକ ଏନ୍ବିଏ ଟ୍ରଫି ହାସଲ କରିବାରେ ବୋଷ୍ଟନ ସେଲଟିକ୍ସ ସହ ସମକକ୍ଷ ହୋଇଛି। ଫ୍ଲୋରିଡାର ଡିସ୍ନେ ୱାଲ୍ଡଠାରେ ଖେଳାଯାଇଥିବା ୬ ମ୍ୟାଚ୍ ବିଶିଷ୍ଟ ଫାଇନାଲ୍ରେ ଏହି ଦଳ ୧୦୬-୯୩ ପଏଣ୍ଟ୍ରେ ମିଆମି ହିଟ୍କୁ ପରାସ୍ତ କରିଥିଲା। ଫଳରେ ୪-୨ ଶୃଙ୍ଖଳା ଜିତି ଟ୍ରଫି କରାୟତ୍ତ କରିଥିଲା। ପୂର୍ବରୁ ଲେକର୍ସ ପ୍ରଥମ, ଦ୍ବିତୀୟ ଓ ଚତୁର୍ଥ ମ୍ୟାଚ୍କୁ ଯଥାକ୍ରମେ ୧୧୬-୯୮, ୧୨୪-୧୧୪ ଓ ୧୦୨-୯୬ରେ ଜିତିଥିଲା। ତୃତୀୟ ଓ ପଞ୍ଚମ ମ୍ୟାଚ୍କୁ ଯଥାକ୍ରମେ ୧୧୫-୧୦୪ ଓ ୧୧୧-୧୦୮ରେ ମିଆମି ହିଟ୍ ଜିତିଥିଲା। ଫାଇନାଲ୍ରେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବା ଲିବ୍ରନ ଜେମ୍ସ ଶେଷ ମ୍ୟାଚ୍ରେ ୨୮ ପଏଣ୍ଟ୍ ସ୍କୋର କରିଥିଲେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular