spot_img

ରାଜସ୍ଥାନର ରାଜନୀତିରେ ଅନ୍ତଃଦଳୀୟ ବଳ କଷାକକଷି: ଗେହଲଟଙ୍କର ୧୦୦ ପାଇଲଟଙ୍କର ୩୦

ନୂଆଦିଲ୍ଲୀ: ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଳଟ ଗତକାଲି ରାତିରେ ତାଙ୍କୁ ଦଳମଧ୍ୟରୁ ୩୦ରୁ ଅଧିକ ବିଧାୟକଙ୍କ ସମର୍ଥନ ଥିବା ସେ ଦାବି କରିବା ପରେ ରାଜସ୍ଥାନ ରାଜନୀତି ଏକ ନୂତନ ମୋଡ ଦେଇ ଗତି କରୁଛି । ପାଇଲଟଙ୍କ ବିଦ୍ରୋହ ପରେ ଅଶୋକ ଗେହଲଟଙ୍କ ସରକାର ପତନ ହେବାର ଆଶଙ୍କା କରାଯାଉଥିଲା । କିନ୍ତୁ ରବିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଧାୟକ ଦଳ ବୈଠକ ଡକାଇ ତାଙ୍କ ଶକ୍ତି ପ୍ରଦର୍ଶନ କରିଛନ୍ତି । ବିଧାୟକ ଦଳ ବୈଠକରେ ଶତାଧିକ କଂଗ୍ରେସ ବିଧାୟକ ସାମିଲ ହୋଇ ବିଜୟ ସୂଚକ ସଙ୍କେତ ପ୍ରଦର୍ଶନ କରିଛନ୍ତି ।

Rajasthan political crisis: Congress leaders have spent a sleepless night to reach out to each legislator and allies to get them to support Ashok Gehlot.
ବୈଠକ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ବାସଭବନରେ ୯୭ ଜଣ କଂଗ୍ରେସ ବିଧାୟକ ଉପସ୍ଥିତ ହୋଇଥିଲେ । ବିଧାୟକ ଦଳ ବୈଠକରେ ଉପସ୍ଥିତ ରହିବାକୁ ଦଳ ପକ୍ଷରୁ ସମସ୍ତଙ୍କୁ ହ୍ୱିପ ଜାରି କରାଯାଇଥିଲା । ଶେଷ ମୁହୂର୍ତ୍ତରେ କଂଗ୍ରେସ ହାଇକମାଣ୍ଡ ବୁଝାମଣା କରିବାକୁ ଉଦ୍ୟମ କରିଥିଲେ । Robert Vadra issue: Congress hits back, dares BJP to conduct 'any ...ଏସଂପର୍କରେଜୟପୁରରେ ଦଳର ବରିଷ୍ଠ ନେତା ରଣଦୀପ ସୂର୍ୟ୍ୟେୱାଲାଙ୍କ କହିଲେ, ଗତ ୪୮ରୁ ୭୨ ଘଣ୍ଟା ମଧ୍ୟରେ ସଚିନଙ୍କୁ ଯୋଗାଯୋଗ କରାଯାଇଛି । କଂଗ୍ରେସ ରାଜସ୍ଥାନର ଜନତା ସେବା ପାଇଁ ନିର୍ବାଚିତ ହୋଇଛି । ବ୍ୟକ୍ତିଗତ ପ୍ରତିସ୍ପର୍ଦ୍ଧା ରାଜସ୍ଥାନର ଜନତାଙ୍କ ଠାରୁ ବଡ଼ ନୁହେଁ । ରାଜସ୍ଥାନର ପ୍ରଗତି, କୋରନା ଲଢ଼େଇ, ଜନତାଙ୍କ ହିତ ସାଧନ ବିଧାୟକ, ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ପଦବୀଠୁ ବଡ଼ । ବୈଚାରିକ ମତଭେଦ ପାଇଁ ଦଳକୁ ଦୁର୍ବଳ କରିବା ଯୁକ୍ତିଯୁକ୍ତ ନୁହେଁ । କାହାର କିଛି ସମସ୍ୟା ଥିଲେ କଂଗ୍ରେସ ଅଧ୍ୟକ୍ଷ ସୋନିଆଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ବିଚାରବିର୍ମଷ କରାଯିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular