spot_img

ସକାଳୁ ଉଠି ଆପଣାନ୍ତୁ ଏହି ଉପାୟ, ଜୀବନରୁ ଦୂର ହେବ ଆର୍ଥିକ ସମସ୍ୟା

ବାସ୍ତୁରେ ଏପରି ଅନେକ ଉପାୟ ଉଲ୍ଲେଖ କରାଯାଇଛି, ଯାହା ପାଳନ କରିବା ଦ୍ୱାରା ଜୀବନରେ କେବେ ବି ଧନର ଅଭାବ ଦେଖାଯାଇନଥାଏ । ଯଦି ଆପଣଙ୍କର ଆର୍ଥିକ ସ୍ଥିତି ଠିକ୍ ରହିନଥାଏ ତେବେ ବାସ୍ତୁ ଅନୁସାରେ ଏହିସବୁ ଉପାୟ ଆପଣାଇବା ଦ୍ୱାରା ଘରେ ମାଁ ଲକ୍ଷ୍ମୀଙ୍କ କୃପା ଲାଭ ହେବା ସହ ଆର୍ଥିକ ସମସ୍ୟା ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା ଆର୍ଥିକ ସମସ୍ୟା ଦୂର କରିବା ପାଇଁ କ’ଣ ରହିଛି ବାସ୍ତୁ ଟିପ୍ସ ।

houseଘରର ଦ୍ୱାର ଏଭଳି ଏକ ସ୍ଥାନ, ଯେଉଁଠାରେ ସକାରାତ୍ମକ ଏବଂ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ । ଏହିଭଳି ଧନ ବୃଦ୍ଧିରେ ମଧ୍ୟ ଦ୍ୱାରର ବହୁତ ମହତ୍ତ୍ୱ ରହିଥାଏ । ଏହିକାରଣରୁ ସକାଳୁ ଜଲଦି ଉଠି ଦ୍ୱାର ଖୋଲିବା ସମୟରେ ସର୍ବ ପ୍ରଥମେ ମାଁ ଲକ୍ଷ୍ମୀଙ୍କ ସ୍ମରଣ କରନ୍ତୁ ତା’ପରେ ଦ୍ୱାର ଖୋଲନ୍ତୁ । ଏଥିସହ ଘରର କବାଟ କଳା ରଙ୍ଗ ବ୍ୟତୀତ ଅନ୍ୟ କୌଣସି ରଙ୍ଗର ଲଗାନ୍ତୁ । ଆପଣ ଚାହିଁଲେ ଘରର କବାଟ ନାଲି କିମ୍ବା ମେରୁନ୍ ରଙ୍ଗର ଲଗାଇପାରିବେ । କାରଣ ଏହି ରଙ୍ଗର ଶୁଭ ବୋଲି ମାନ୍ୟତା ରହିଛି । ଏପରି କରିବା ଦ୍ୱାରା ଘରେ ଆର୍ଥିକ ସ୍ଥିତି ଭଲ ରହିଥାଏ ।

windowଯଦି ଆପଣଙ୍କ ଘରର କବାଟ ନାଲି କିମ୍ବା ମେରୁନ୍ ରଙ୍ଗର ହୋଇନଥାଏ ତେବେ ଆପଣ ଏହି ରଙ୍ଗରେ ଘରର କବାଟ ଡିଜାଇନ୍ କରିପାରିବେ । ଏହାଦ୍ୱାରା ମାଁ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଘରୁ ଆର୍ଥିକ ସମସ୍ୟା ଦୂର ହୋଇଥାଏ ।
ଘରର କବାଟରେ ଶୁଭ-ଲାଭ, ସ୍ୱସ୍ତିକ, ଓଁ ଆଦି ଚିହ୍ନ ପ୍ରୟୋଗ କରିବା ଉଚିତ । ଏହି ପ୍ରତୀକ ଅତ୍ୟନ୍ତ ଶୁଭ ହୋଇଥାଏ । ଏହାବ୍ୟତୀତ ଆପଣ ଘରର କବାଟରେ ଭଗବାନ ଗଣେଶଙ୍କ ପ୍ରତିମା ଲଗାନ୍ତୁ । ସକାଳୁ କବାଟ ଖୋଲିବା ପରେ ଏହି ପ୍ରତିମାଙ୍କୁ ପ୍ରଣାମ କରିବା ସହ ମାଁ ଲକ୍ଷ୍ମୀଙ୍କୁ ସ୍ମରଣ କରନ୍ତୁ । ନିୟମିତ ଏପରି କରିବା ଦ୍ୱାରା ଘରେ ସୁଖ-ସମୃଦ୍ଧି ଦେଖାଯାଇଥାଏ ଏବଂ ମାଁ ଲକ୍ଷ୍ମୀଙ୍କ କୃପା ଲାଗି ରହିଥାଏ ।

rose-perfumeସକାଳୁ ଉଠି ଗୋଲାପ ଅତର ନାଭିରେ ଲଗାନ୍ତୁ । କିନ୍ତୁ ଏହି ଅତର ବ୍ୟବହାର କରିବା ପୂର୍ବରୁ ପ୍ରଥମେ ଏହାକୁ ମାଁ ଦୁର୍ଗାଙ୍କୁ ଅର୍ପିତ କରନ୍ତୁ ଏବଂ କିଛି ଖାଦ୍ୟ ଖାଇବା ପୂର୍ବରୁ ଅତରକୁ ନିଜ ନାଭିରେ ଲଗାନ୍ତୁ । ଏହାପରେ ଘରୁ ବାହାରକୁ ବାହାରନ୍ତୁ । ଏପରି କରିବା ଦ୍ୱାରା ଘରେ କେବେ ବି ଧନର ଅଭାବ ଦେଖାଯାଇନଥାଏ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular