spot_img

ମାଓ କ୍ୟାମ୍ପ ଉପରେ ଚଢାଉ ,ବହୁ ମାଓ ସାମଗ୍ରୀ ଜବତ

ଦନ୍ତେୱାଡ଼ା: ମାଲକନଗିରି ଜିଲ୍ଲା ସୀମାନ୍ତ, ଛତିଶଗଡ଼ର ଦନ୍ତେୱାଡ଼ା ଜିଲ୍ଲାରେ ମାଓ କ୍ୟାମ୍ପ ଉପରେ ଚଢ଼ାଉ । ଏହାସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି । ଗୁଇନ୍ଦା ସୂତ୍ରରୁ ଖବର ପାଇ ମାଓବାଦୀ କ୍ୟାମ୍ପ ଉପରେ ଚଢ଼ାଉ କରିଥିଲା ପୋଲିସ । କ୍ୟାମ୍ପରୁ ପୁଲିସ ଦୁଇଟି ବନ୍ଧୁକ, ନକ୍ସଲଙ୍କ ପୋଷାକ, ଟର୍ଚ୍ଚ, ପଲିଥିନ, ଛୁରୀ ଇତ୍ୟାଦି ଜବତ କରିଛି । ମାଓ ସାମଗ୍ରୀ ଜବତ ପରେ ଯବାନମାନେ ମାଓ କ୍ୟାମ୍ପକୁ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ମାଓ କ୍ୟାମ୍ପ ନିକଟସ୍ଥ ସମସ୍ତ ଅଞ୍ଚଳରେ ଯବାନ ସର୍ଚ୍ଚ ଅପରେସନ କରିଥିଲେ ମଧ୍ୟ ମାଓବାଦୀକୁ ଧରାଯାଇ ପାରିନାହିଁ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular