spot_img

ଅକ୍ସଫୋର୍ଡ ଭ୍ୟାକ୍ସିନର ହୋଇଛି ତୃତୀୟ ପର୍ଯ୍ୟାୟ ପରୀକ୍ଷଣ, ଖୁବ୍ ଶୀଘ୍ର ଆସିପାରେ ରିପୋର୍ଟ

ନୂଆଦିଲ୍ଲୀ: କ୍ସଫୋର୍ଡ ଭ୍ୟାକ୍ସିନ ଉପରେ ସମସ୍ତଙ୍କ ନଜର । ଶେଷ ହୋଇଛି ତୃତୀୟ ପର୍ଯ୍ୟାୟ ପରୀକ୍ଷଣ । ନଭେମ୍ବର ଶେଷ ଅଥବା ଡିସେମ୍ବର ଆରମ୍ଭ ବେଳକୁ ଆସିପାରେ ଫଳାଫଳ । ଏନେଇ ସୂଚନା ଦେଇଛି ଭାରତୀୟ ପରୀକ୍ଷଣ ସଂସ୍ଥା ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ । ସେପଟେ ଭାରତ ବାୟୋଟେକ୍ ଓ କାଡିଲା ଦ୍ୱାରା ନିର୍ମିତ ଟିକାର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି । ଏହାର ରିପୋର୍ଟ ଆସନ୍ତା ମାସରେ ଆସିବ ବୋଲି କୁହାଯାଉଛି । ଏହା ପରେ ସେମାନେ ତୃତୀୟ ପର୍ୟ୍ୟାୟ ପରୀକ୍ଷଣ ଆରମ୍ଭ କରିବେ । ସେପଟେ ଆଗକୁ ଶାରଦୀୟ ପୂଜା ଥିବାରୁ ଲୋକଙ୍କ ସଚେତନତାକୁ ସରକାର ଗୁରୁତ୍ୱ ଦେଇଛନ୍ତି । ସାମାଜିତ ଦୂରତା, ମାସ୍କ ପିନ୍ଧିବା ଜରୁରୀ ବୋଲି କୁହାଯାଇଛି । ନଚେତ ଏହି ସମୟରେ ହେଉଥିବା ଭିଡ ଯୋଗୁଁ କରୋନା ସଂକ୍ରମଣ ବଢିବା ଆଶଙ୍କା ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular