ବୌଦ୍ଧ : ବୌଦ୍ଧ ଥାନା ମହାନଦୀ ଗର୍ଭରୁ ଠାବ ହେଲା ନରକଙ୍କଳ । ଗଳିତ ଅବସ୍ଥାରେ ଠାବ ହୋଇଥିବା ଏହି କଙ୍କାଳ କାହାର ସେ ନେଇ କୌଣସି ସୂଚନା ମିଳିପାରିନାହିଁ । ଘଟଣା ସ୍ଥଳରେ ବୌଦ୍ଧ ଆଦର୍ଶ ଥାନା ପୋଲିସ ପହଞ୍ଚି କଙ୍କାଳକୁ ଉଦ୍ଧାର କରିଛି ।
ଉଦ୍ଧାର କରିବା ପରେ କଙ୍କାଳକୁ ପୋଷ୍ଟମର୍ଟମ ପାଇଁ ବୁର୍ଲା ପଠାଯାଇଛି । ପୋଷ୍ଟମର୍ଟମ ପରେ କଙ୍କାଳକୁ ନେଇ ସମସ୍ତ ତଥ୍ୟ ମିଳିପାରିବ ବୋଲି ଥାନା ଆଇଆଇସି କହିଛନ୍ତି । ତେବେ ଏହି କଙ୍କାଳଟି ବନ୍ୟା ପାଣିରେ ଭାସି ଆସିଥିବା ପୋଲିସ ସନ୍ଦେହ କରୁଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0