ଭୁବନେଶ୍ୱର : ଏସପି, ଡିଆଇଜିଙ୍କ ସହ ଡିଜିପି ଆଜି ଭିଡିଓ କନଫରେନସିଂ ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏହି ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସମୀକ୍ଷା କରାଯାଇଛି । ଭାଇରାଲ ଭିଡିଓ ଉପରେ କାର୍ଯ୍ୟାନୁଷ୍ଠାନ ସହ ଥାନାରେ ସିସିଟିଭି ଲଗାଇବାକୁ ଗୁରୁତ୍ୱ ଦିଆଯାଇଛି । କରୋନା ଆକ୍ରାନ୍ତ ପୁଲିସ୍ କର୍ମଚାରୀଙ୍କ ଚିକିତ୍ସା ସଂପର୍କରେ ମଧ୍ୟ ଆଲୋଚନା କରାଯାଇଛି । ଶାନ୍ତିଶୃଙ୍ଖଳା ସହ ଦୁର୍ଗାପୂଜା ସମାପନ ଓ ମନ୍ଦିର ଖୋଲିବା ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯାଇଛି । ମାତ୍ର କରୋନା ସଙ୍କଟକୁ ଆଖିରେ ରଖି ବର୍ତ୍ତମାନ ମନ୍ଦିର ଖୋଲାଯାଇ ପାରିବ ନାହିଁ ବୋଲି ମଧ୍ୟ ବୈଠକରେ ଆଲୋଚନା କରାଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0