ଭୁବନେଶ୍ଵର : ଗତ ୨୪ ଘଣ୍ଟାରେ ଭୁବନେଶ୍ଵରରୁ ୨୬୭ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ୨୬,୨୮୩କୁ ବୃଦ୍ଧି ଘଟିଛି। ଏହି ସମୟରେ ୩୪୨ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଭୁବନେଶ୍ଵର ମହାନଗର ନିଗମ ଟ୍ଵିଟ୍ ଯୋଗେ ବୁଧବାର ଏହାର ସୂଚନା ଦେଇଛନ୍ତି।
ବିଏମସି ଅନୁଯାୟୀ ଆଜି ଆକ୍ରାନ୍ତଙ୍କ ତୂଳନାରେ ସୁସ୍ଥ ସଂଖ୍ୟା ଅଧିକ ରହିଛି। ୨୬୭ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୭୧ ଜଣ ସଙ୍ଗରୋଧରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୧୯୬ ରହିଛି। ଅପରପକ୍ଷେ ୩୪୨ ସୁସ୍ଥ ହୋଇଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜଧାନୀରେ ଆରୋଗ୍ୟସଂଖ୍ୟା ୨୨ ହଜାର ୮୬୭ରେ ପହଞ୍ଚିଛି। ଅଦ୍ୟାବଧି ୧୨୩ ଜଣଙ୍କ କରୋନାରେ ପ୍ରାଣହାନୀ ଘଟିଛି। ଭୁବନେଶ୍ଵରରେ ମୋଟ୍ ସକ୍ରି୍ୟ ରୋଗୀଙ୍କ ସଂଖ୍ୟା ୩୨୭୨ ରହିଛି।
ଗତ ୧୦ ଦିନରୁ ଅଧିକ ସମୟ ହେବ ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ହ୍ରାସ ପାଇଛି। ଜୁଲାଇ ଶେଷ ସପ୍ତାହରୁ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ଦିନକୁ ୪୦୦୦ରୁ ଉର୍ଦ୍ଧ୍ଵ ସଂକ୍ରମିତ ଚିହ୍ନଟ ହେଉଥିଲେ। କିନ୍ତୁ ଏହା ଏବେ ପ୍ରାୟ ୨୫୦୦ ରୁ ୨୭୦୦ ଭିତରେ ରହୁଛି। ସେହିଭଳି ରାଜଧାନୀ ଭୁବନେଶ୍ଵରରେ ମଧ୍ୟ ଆକ୍ରାନ୍ତ ସଂଖ୍ୟା ହ୍ରାସ ଘଟିଛି।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0