ଭଦ୍ରକ୧୩/୭: କରୋନା କଟକଣା ପାଇଁ ଅସ୍ତବ୍ୟସ୍ତ ଜନଜୀବନ । ସବୁଠାରୁ ବେଶି ପ୍ରଭାବିତ ହୋଇଛନ୍ତି ପଶୁପକ୍ଷୀ । ହୋଟେଲ ବଜାର ବନ୍ଦ ଯୋଗୁଁ ସେମାନେ ଖାଦ୍ୟ ପାଇଁ ଡ଼ହଳବିକଳ ହେଉଛନ୍ତି । କେଉଁଠି ଭୋକର ଜ୍ୱାଳା ସହିନପାରି ଖାଦ୍ୟ ମୁଠାଏ ପାଇଁ ଜନବସତିମୁହାଁ ହେଉଛନ୍ତି ସେମାନେ । ଆଉ ଅମାନବିକତାର ଶିକାର ହୋଇ ଜୀବନ ହାରୁଛନ୍ତି ।
ଭଦ୍ରକ ଜିଲ୍ଳା ତିହିଡି ଥାନା କୁବେରା ପଞ୍ଚାୟତର କାଳିପଡିଆ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସେହି ଅଞ୍ଚଳରେ କରାଯାଇଥିବା ପନିପରିବା ଚାଷକୁ ମାଙ୍କଡ଼ମାନେ ନଷ୍ଟ କରୁଥିଲେ। ବାରମ୍ବାର ଏଭଳି ପନି ପରିବା ନଷ୍ଟ ହେଉଥିବା ଦେଖି ସେହି ଗାଁର ଜଣେ ବ୍ୟକ୍ତି ନିଜ ଚାଷ ଜମିର ଚାରିପଟେ ବିଦ୍ୟୁତ ସଂଯୋଗ ଥିବା ତାରବାଡ ଘେରାଇ ଦେଇଥିଲେ। ପୂର୍ବପରି ମାଙ୍କଡମାନେ ଚାଷଜମିରେ ହୋଇଥିବା ପନିପରିବା ଖାଇବାକୁ କ୍ଷେତ ଭିତ ରେ ପଶିଥିଲେ। ସେମାନେ କେମିତି ଜାଣିବେ ଯେ, ଚାଷୀ ନିଜ ଚାଷ ଜମିର ଚାରିପଟେ ବିଦ୍ୟୁତ ତାର ଘେରାଇ ଦେଇଛି। କ୍ଷେତ ଭିତରକୁ ପଶିବା ମାତ୍ରେ ବିଦ୍ୟୁତ ତାର ଆଘାତରେ ଛଟପଟ ହୋଇ ସେମାନଙ୍କର ମୃତ୍ୟୁ ହୋଇଥିଲା। ମାଙ୍କଡଙ୍କ ସହ ସେଠାରେ ବୁଲୁଥିବା ୪ଟି କୁକୁର ମଧ୍ୟ ଏହି ତାର ସଂସ୍ପର୍ଶରେ ଆସି ଜୀବନ ହାରିଥିଲେ ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0