spot_img

ଦିଲ୍ଲୀରେ ଖୁବ ଶୀଘ୍ର ଆରମ୍ଭ ହେବ ଦ୍ୱିତୀୟ ପ୍ଲାଜମା ବ୍ୟାଙ୍କ

ନୂଆଦିଲ୍ଲୀ: ଦିନକୁ ଦିନ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଏହାକୁ ନେଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଚିନ୍ତା ମଧ୍ୟ ବଢିବାରେ ଲାଗିଛି । କରୋନା ନେଇ ପ୍ରତ୍ୟେକ ଦିନ ଅଭିନବ ଉପାୟ ମଧ୍ୟ ଜାରି ରହିଛି । ଦେଶର ରାଜଧାନୀ ଦିଲ୍ଲୀରେ ମଧ୍ୟ କରୋନାର ପ୍ରକୋପ ବଢିଚାଲିଥିବାବେଳେ ଦିଲ୍ଲୀରେ ଖୁବ ଶୀଘ୍ର ଦ୍ୱିତୀୟ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ହେବ ବୋଲି ଆଜି ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଘୋଷଣା କରିଛନ୍ତି । ସୁଚନା ଅନୁଯାୟୀ ଦିଲ୍ଲୀର ପ୍ରଥମ ପ୍ଳାଜମା ବ୍ୟାଙ୍କ ଚଳିତ ମାସ ଆରମ୍ଭରେ ରାଜଧାନୀରେ ଖୋଲା ଯାଇଥିଲା ଏବଂ ପ୍ରତିଦିନ ହାରାହାରି ୨୦ଜଣ ଦାତାଙ୍କ ଠାରୁ କରୋନା ଚିକିତ୍ସା ନିମନ୍ତେ ପ୍ଳାଜମା ସଂଗ୍ରହ କରାଯାଉଛି । ଦିଲ୍ଲୀର ଲୋକ ନାୟକ ଡାକ୍ତରଖାନାରେ ଏହି ଦ୍ୱିତୀୟ ପ୍ରସ୍ତାବିତ ପ୍ଳାଜମା ବ୍ୟାଙ୍କ ପ୍ରତିଷ୍ଠା କରାଯିବ । ଏଥିସହ ଦ୍ୱିତୀୟ ପ୍ରସ୍ତାବିତ ପ୍ଳାଜମା ବ୍ୟାଙ୍କର କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ କରାଯିବ ବୋଲି ଗଣମାଧ୍ୟମକୁ ସୁଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ସିସୋଦିଆ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular