spot_img

ଭାରି ଗରମରେ ନଦୀରେ ପାଣି ପିଉଥିଲା ସିଂହ, ପଛରେ ଘଟିଲା ଏମିତି କିଛି ଘଟଣା. . . ଦେଖନ୍ତୁ ଭିଡିଓ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ । ଆଜିକାଲି ସୋସିଆଲ ମିଡିଆରେ ଅଧିକାଂଶ ପଶୁ-ପକ୍ଷୀଙ୍କର ଭିଡିଓ ଭାଇରାଲ ହେବାରେ ଲାଗିଛି । ସେହିଭଳି ସୋସିଆଲ ମିଡିଆରେ ସିଂହ ପାଣି ପିଉଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ସୂଚନା ମୁତାବକ ଏହି ଭିଡିଓଟି ଗିର ଜଙ୍ଗଲର, ଯେଉଁଥିରେ ଏକାଠି ବହୁତ ଗୁଡିଏ ସିଂହ ନଦୀ କୂଳରୁ ପାଣି ପିଉଥିବାର ନଜର ଆସିଛନ୍ତି । ସୂଚନା ଯୋଗ୍ୟ ଏହି ଭିଡିଓକୁ ଫରେଷ୍ଟ ଅଫିସର (IFS) ସୁଶାନ୍ତ ନନ୍ଦା ନିଜର ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ସୁଶାନ୍ତ ଏହି ଭିଡିଓ ସେୟାର କରିବା ସହ ଲେଖିଛନ୍ତି, ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟକର କଥା କି ଏକାଠି ଏତେ ସାରା ସିଂହ ପାଣି ପିଉଥିବାର ଦେଖିବା ।

male-lion-ଏହି ଭିଡିଓଟି ୧ ମିନିଟ୍ ୧୪ ସେକେଣ୍ଡର ହୋଇଥିବା ବେଳେ ଆରମ୍ଭରୁ ଏକ ସିଂହ ନଦୀ କୂଳରେ ପାଣି ପିଉଥିବା ବେଳେ ଆଗକୁ ଗୋଟିଏ ଗୋଟିଏ କରି ବହୁତ ସାରା ସିଂହ ପାଣି ପିଇବା ପାଇଁ ନଦୀ କୂଳକୁ ଆସିଥିବାର ନଜର ଆସିଛନ୍ତି । ଏହି ଦୃଶ୍ୟ ଅତ୍ୟନ୍ତ ସୁନ୍ଦର ହେବା ସହ ଗିର୍ ଜଙ୍ଗଲରେ ଏକାଠି ଏତେସାରା ସିଂହ ପାଣି ପିଇବା ଦୃଶ୍ୟ ଦେଖିବା ବହୁତ୍ ଖାସ୍ ।

ସୂଚନା ମୁତାବକ ଏହି ଭିଡିଓକୁ ବର୍ତ୍ତମାନ ୨୪ ହଜାରରୁ ଅଧିକ ଥର ଦେଖାହେବା ସହ ୫୦୦ରୁ ଅଧିକ ରିଟ୍ୱିଟ ଏବଂ ୨ହଜାରରୁ ଅଧିକ ଲାଇକ୍ ମଧ୍ୟ କରାଯାଇଛି । ଏଥିସହ ଲୋକମାନେ ଭିଡିଓ ଦେଖି ନିଜର ପ୍ରତିକି୍ରୟା ମଧ୍ୟ ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular