ଭୁବନେଶ୍ୱର: ଦଶହରାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତା ଅକ୍ଟୋବର ୨୦ରୁ ୩୦ ତାରିଖ ପର୍ୟ୍ୟନ୍ତ ସାରା ଦେଶରେ ୩୯୨ଟି ‘ଫେଷ୍ଟିଭାଲ ସ୍ପେସାଲ’ ଟ୍ରେନ୍ ଚଳାଚଳ କରିବ। ସେଥିମଧ୍ୟରୁ ପୂର୍ବତଟ ରେଳପଥରେ ୫୨ଟି ଟ୍ରେନ୍ ଚାଲିବ। ଏହି ଫେଷ୍ଟିଭାଲ ସ୍ପେସାଲ ଟ୍ରେନ୍ ପାଇଁ ଯାତ୍ରୀ ଭଡ଼ା ସ୍ବତନ୍ତ୍ର ଟ୍ରେନ୍ ପାଇଁ ଉଦ୍ଦିଷ୍ଟ ଭଡ଼ା ଆଧାରରେ ହେବ। ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରାକୁ ଦୃଷ୍ଟିରେ ରଖି କୋଭିଡ କଟକଣା କଡ଼ାକଡ଼ି ପାଳନ କରିବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦେଶ । ତାହାକୁ ଦୃଷ୍ଟିରେ ରଖି ଆରପିଏଫ ପକ୍ଷରୁ ନିର୍ଦେଶାବଳୀ ଜାରି କରାଯାଇଛି। କରୋନା କଟକଣା ଭିତରେ ଯାତ୍ରୀଙ୍କୁ ରେଲୱେ ଷ୍ଟେସନ ଓ ଟ୍ରେନରେ ଯିବାକୁ ପଡ଼ିବ। ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ। ମାସ୍କ ପିନ୍ଧି ନ ଥିବା, ସାମାଜିକ ଦୂରତା ରକ୍ଷା କରୁ ନ ଥିବା, କରୋନା ଆକ୍ରାନ୍ତ ବୋଲି ଚିହ୍ନଟ ହେବା ପରେ ମଧ୍ୟ ଷ୍ଟେସନ କିମ୍ବା ଟ୍ରେନରେ ଯାତ୍ରା କରୁଥିବା, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସର୍ବସାଧାରଣ ସ୍ଥାନରେ ଯଦି ଛେପ କିମ୍ବା ଟ୍ରେନକୁ ଅପରିଷ୍କାର କରିବା ଭଳି କୌଣସି କାର୍ୟ୍ୟକଳାପ କରିବେ ତେବେ ରେଲୱେ ଆଇନ ଅନୁଯାୟୀ ଜରିମାନା ଆଦାୟ ସହ ଜେଲ ଦଣ୍ଡ ହେବାର ସମ୍ଭାବନା ରହିଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0